ଆଜିର ମ୍ୟାଚ୍ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ

ଟି-୨୦ ବିଶ୍ୱକପରେ ଆଜି ଗୁରୁତ୍ୱପୁର୍ଣ୍ଣ ମୁକାବିଲା । ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର। ଭାରତ ପାଇଁ ଏହି ମ୍ୟାଚର ଫଳାଫଳ ବେଶ ନିର୍ଭର କରେ । ତେବେ ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚରେ ଜିତିଲେ ଟି-୨୦ ବିଶ୍ୱକପର ସେମିଫାଇନାଲକୁ ଉନ୍ନୀତ ହେବ । ସେହିପରି ଯଦି ଆଫଗାନିସ୍ତାନ ଜିତିବ ତେବେ ଭାରତ ପାଇଁ ଖୋଲିପାରେ ସେମିଫାଇନାଲ ଦ୍ୱାର ।
ଭାରତ ତାର ଶେଷ ମ୍ୟାଚକୁ ନାମିବିଆ ବିରୋଧରେ ଖେଳିବ । ତେବେ ଏହି ମ୍ୟାଚରେ ଭାରତ ବିଜୟ ହେଲେ ମଧ୍ୟ ଆଫଗାନିସ୍ତାନର ବିଜୟ ଭାରତକୁ ତାର ଆଗାମୀ ଅଭିଯାନ ସ୍ଥିର କରିବ । ଯଦି ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡକୁ ତୁଳନା କରାଯାଏ ତାହାଲେ ଆଫଗାନ ଦଳ ଅଳ୍ପ ଦୁର୍ବଳ ରହିଛି । କିନ୍ତୁ ଆଫଗାନିସ୍ତାନର ବୋଲିଙ୍ଗ ଲାଇନ ବେଶ ଷ୍ଟ୍ରଙ୍ଗ ଥିବାରୁ ନ୍ୟୁଜିଲ୍ୟାଣ୍ଡ ପାଇଁ ଜିତିବା ଏତେ ସହଜ ହେବନି ।
ୟୁଏଇ ଓ ଓମାନରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପରେ ତିନୋଟି ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରି ସାରିଛନ୍ତି। ଏବେ ସେମି ଫାଇନାଲ୍‌ରେ ଚତୁର୍ଥ ଦଳ ଭାବେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ କଡା ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ସ୍ଥିର କରିବ ଚତୁର୍ଥ ଦଳ ଭାବେ କିଏ ସେମି ଫାଇନାଲରେ ପହଞ୍ଚିବ।

Comments (0)
Add Comment