ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ୱକପ୍ ।କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି । ଯୋଗ୍ୟତା ପର୍ୟ୍ରାୟର ସମସ୍ତ ମ୍ୟାଚ୍ ଓମାନରେ ଖେଳାଯିବ । ୟୁଏଇରେ ସୁପର ୧୨, ସେମିଫାଇନାଲ ଓ ଫାଇନାଲ ଖେଳାଯିବ ।
ଦୀର୍ଘ ୫ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଫେରିଛି । ଆଜି ପପୁଆ ନ୍ୟୁ ଗିନି ଓ ଓମାନ ମଧ୍ୟରେ ପ୍ରଥମ ମୁକାବିଲା ହେବ । ଏହା ପରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ନଭେମ୍ବର ୧୪ରେ ହେବ ଫାଇନାଲ ମୁକାବିଲା । ଆସନ୍ତା ୨୪ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱିନ୍ଦୀ ପାକିସ୍ତାନ ସହ ଖେଳିବ ।ଏଥର ବିଶ୍ୱକପ ଟାଇଟଲ ଦୌଡ଼ରେ କିଏ ରହିବ ? ତା ଉପରେ ନଜର ରହିଛି ।