ସୁଡ଼ଙ୍ଗ ଭିତରେ ଚାଲିବ ରେଳ

ଆଗେଇ ଚାଲିଛି ତାଳଚେର ବିମଳାଗଡ଼ ରେଳ ପ୍ରକଳ୍ପ । ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଅଁ ପାହାଡରେ ରେଳପଥ ପାଇଁ ୮୪୦ ମିଟର ସୁଡଙ୍ଗ ଖୋଳା କାମ ଶେଷ ପର୍ୟ୍ୟାୟରେ ପହଂଚିଛି । ୯୨୮ କୋଟି ଟଙ୍କା ବ୍ୟୟରେ ୧୪୯ ଦଶମିକ ୭୮ କିଲୋମିଟର ରେଳପଥ ପ୍ରକଳ୍ପ ଓଡିଶାର ଖଣି ଅଞ୍ଚଳରେ ସଂଯୋଗ ହେବ । ଏନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଟୁଇଟରେ ସୁଡଙ୍ଗ ଖୋଳାର ଏକ ଭିଡିଓ ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଓଡିଶାରେ ରେଳ ଯୋଗାଯୋଗର କାମ ତ୍ୱରାନ୍ୱିତ ହୋଇଛି । ରାଜ୍ୟବାସୀଙ୍କ ୫ ଦଶନ୍ଧିର ଦାବି ପୁରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର । ଫଳରେ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା କମିବ ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ ବୋଲି ଟୁଇଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Comments (0)
Add Comment