ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତପସ୍ୱିନୀଙ୍କ ଶ୍ୱଶୁର

ଡାକ୍ତର ସୁମିତ ସାହୁ ଓ ତପସ୍ଵିନୀ ଦାସ ବିବାଦ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୁମିତଙ୍କ ବାପା ପ୍ରମୋଦ ସାହୁ । ନିଜର ଓ ନିଜ ପରିବାରର ସୁରକ୍ଷା ଲୋଡି ସୁମିତଙ୍କ ବାପା ପ୍ରମୋଦ ମାମଲା ଦାୟର କରିଛନ୍ତି । ତ ୨୦ ତାରିଖରେ ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ତପସ୍ୱିନୀଙ୍କୁ ଶାଶୁଘରେ ପୂରାଇବା ପାଇଁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ଶତାଧିକ ମହିଳା।
ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ମହିଳାମାନେ ପଶିଥିଲେ। ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା। ଏନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ହେଲେ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ପଚରାଉଚରା କରିନାହିଁ। ଏପରିକି କାହାରିକୁ ପୁଲିସ୍‌ ଗିରଫ କରିନାହିଁ। ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାଦ ହୋଇନଥିଲେ ମଧ୍ୟ ଗେଟ ଭାଙ୍ଗି ଘରେ ପଶିଥିବା ମହିଳାମାନେ ଖୋଲମ୍‌ଖୋଲା ବୁଲୁଛନ୍ତି। ତେଣୁ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି।
ସେପଟେ ପୁଣି ୧୫ଦିନ ଛୁଟି ଅବଧି ବଢାଇଛି ଡାକ୍ତର ସୁମିତ ସାହୁ । ମାନସିକ ଅବସ୍ଥା ଭଲ ନଥିବାରୁ ଛୁଟି ଅବଧି ବଢାଇ ଥିବା ନେଇ ସୁମିତଙ୍କ ଓକିଲ ସୂଚନା ଦେଇଛନ୍ତି। ଡିସେମ୍ବର ୧୦ରୁ ସେ ଅସୁସ୍ଥତା କାରଣରୁ ଛୁଟିରେ ଥିବାବେଳେ ଜାନୁଆରୀ ୭ରେ ତାଙ୍କ ଛୁଟି ସରିଥିଲା । କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ଆଉ ୧୫ ଦିନ ଛୁଟି ନେଇଛନ୍ତି । ଜାନୁଆରୀ ୭ରୁ ଆସନ୍ତା ୨୧ ତାରିଖ ପର୍ୟ୍ୟନ୍ତ ଛୁଟିରେ ରହିବେ ।

Comments (0)
Add Comment