‘ଏଣିକି ୧୭ ହଜାର ନୁହେଁ, ତପସ୍ୱିନୀଙ୍କୁ ମାସକୁ ମିଳିବ ୧୦ ହଜାର’

ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ମାସିକ ୧୭ ହଜାର ବଦଳରେ ୧୦ ହଜାର ମିଳିବ। ତପସ୍ୱିନୀଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ ଦାସଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ତପସ୍ୱିନୀ ଶାଶୂ ଘରେ ରହିବେ ବୋଲି କହିଛନ୍ତି କୋର୍ଟ ।
ହେଲେ ସ୍ୱାମୀ ଆଗରେ ଟଙ୍କା ଜରୁରୀ ନୁହେଁ ବୋଲି କହିଛନ୍ତି ତପସ୍ୱିନୀ । କୋର୍ଟ ନିର୍ଦ୍ଦେଶ ଦେବା ପରଠୁ ୨ ମାସ ବଦଳରେ ମାସକର ଟଙ୍କା ମିଳିଥିବା ବେଳେ ମଧ୍ୟ ଏହା ଗୁରୁତ୍ୱ ବହନ କରେନି ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ମୁଁ ଭୋକ ଉପାସରେ ୪୭ ଦିନ ବାହାରେ ବସିଥିଲି। ବିନା ଟଙ୍କାରେ ବି ରହିପାରିବି । ମୋ ସ୍ୱାମୀ ମୋ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଖୁବ୍‌ ଶୀଘ୍ର ଆମେ ଏକାଠି ହୋଇପାରୁ। ଏଥିସହ ଶାଶୁ ଘର ସହ ତାଙ୍କ ସମ୍ପର୍କରେ ଧିରେ ଧିରେ ସୁଧାର ଆସୁଥିବା କହିଛନ୍ତି ତପସ୍ୱିନୀ । ଏପରିକି ଆବଶ୍ୟକ ଥିଲେ ଶାଶୂଙ୍କ ସହ କଥାବାର୍ତ୍ତା ହେଉଥିବା ମଧ୍ୟ କହିଛନ୍ତି। ହେଲେ ଉଭୟ ପରସ୍ପର ଘରକୁ ଯିବା ଆସିବା କରୁ ନ ଥିବା କହୁଛନ୍ତି

Comments (0)
Add Comment