କେମିତି ଲିିଭିବ ଜଙ୍ଗଲ ନିଆଁ?

ରାଜ୍ୟର କେତେ ସ୍ଥାନରେ ଜଳୁଛି ଜଙ୍ଗଲ?ଜଙ୍ଗଲରେ ନିଆଁ କେମିତି ଲାଗୁଛି? କେମିତି ଏହାକୁ ନିୟନ୍ତ୍ରଣ କରିହେବ ସେ ନେଇ ରାଜ୍ୟ ସରକାରଙ୍କୁ ପ୍ରାରମ୍ଭିକ ରିପୋର୍ଟ ଦେବ ଟାସ୍କଫୋର୍ସ । ରିପୋର୍ଟରେ ନିଆଁକୁ ରୋକିବାକୁ ପଦକ୍ଷେପ ସଂପର୍କରେ ସରକାରଙ୍କୁ ପରାମର୍ଶ ଦିଆଯିବ ।

ରାଜ୍ୟରେ ଏବେ ଜଙ୍ଗଲ ନିଆଁ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟରେ କେଉଁ ଜଙ୍ଗଲରେ ପ୍ରତିବର୍ଷ ବାରମ୍ବାର ନିଆଁ ଲାଗୁଛି ତାହାର ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । ରାଜ୍ୟର ୨୬ ହଜାର ୫୦୦ ଗାଁ ଜଙ୍ଗଲ ଆଖପାଖରେ ରହିଛି । ଏଥମଧ୍ୟରୁ ୫ ହଜାର ଗାଁ ନିଆଁ ପ୍ରବଣ ବୋଲି ଜଣାପଡିଛି । ଜଙ୍ଗଲ ପାଶ୍ୱବର୍ତୀ ଗାଁଗୁଡିକୁ ପ୍ରୋତ୍ସାହାନ ଦିଆଗଲେ ସେମାନେ ଜଙ୍ଗଏ ସୁରକ୍ଷାର ପ୍ରମୁଖ ମାଧ୍ୟମ ସାଜିବେ । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଲେ ହିଁ ଲୋକଙ୍କ ମନରେ ଆଇନ ପ୍ରତି ଭୟ ଆସିବ ବୋଲି କହିଛନ୍ତି ଟାସ୍କଫୋର୍ସ ସଦସ୍ୟ ଜୟକୃଷ୍ଣ ପ୍ରାଣିଗ୍ରାହୀ । ଆସନ୍ତାଲି ଶିମିଳିପାଳ ଗସ୍ତ କରିବେ ଟାସ୍କଫୋର୍ସ ଟିମ । ଶିମିଳିପାଳର ସ୍ଥାନୀୟ ଅଧିବାସୀ ଓ ବନବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିବ ଟାସ୍କଫୋର୍ସ ସଦସ୍ୟ ।

ଟାସ୍କଫୋର୍ସ ସଦସ୍ୟ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ନିଆଁ ଲାଗିବା ସ୍ଥାନଗୁଡିକୁ ଟେକ୍ନୋଲୋଜି ଜରିଆରେ କିପିରି ଚିହ୍ନଟ ହେବ ତାକୁ ଗୁରୁତ୍ୱ ଦିଆଯିବ ।ବନ ସୁରକ୍ଷା ସମିତିର ପ୍ରୋତ୍ସାହାନ ରାଶି ବୃଦ୍ଧି ପ୍ରସ୍ତାବ ଦିଆଯିବ । ଏହା ସହ ଦଣ୍ଡବିଧାନ କେମିିତି ଦୃଷ୍ଟାନ୍ତମୂଳକ ହୋଇପାରିବ ତାକୁ ମଧ୍ୟ ତ୍ୱରାନିତ କରାଯିବ । ଆଜି ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ଟିମ ଆଲୋଚନା କରିପାରନ୍ତି । ଗତ ଦୁଇ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚ ଅଧା ଭିତରେ ଅଧିକ ନିଆଁ ଲାଗିଥିବା ସେ କହିଛନ୍ତି ।

Comments (0)
Add Comment