ଜଙ୍ଗଲ ନିଆଁର ରିପୋର୍ଟ

ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବର୍ଷା । ରାଜ୍ୟରେ ଏବେ ଜଙ୍ଗଲରେ ଲାଗିଥିବା ନିୟନ୍ତ୍ରଣରେ ଅଛି । ଜଙ୍ଗଲ ସ୍ଥିତିକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ଶିମିଳିପାଳ ଜଙ୍ଗଲର ୯ଟି ଫାୟାର ଆଲର୍ଟ ସମେତ ସର୍ବମୋଟ ୭୦୦ଟି ଫାୟାର ଆଲର୍ଟ ପଂଜିକରଣ କରାଯାଇଛି ଏବଂ ବର୍ତ୍ତମାନ ରାଜ୍ୟରେ ଅଗ୍ନି ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ରାଜ୍ୟରେ ବନାଗ୍ନି ପ୍ରଶମନ ଏବଂ ପରିଚାଳନା ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି ନିଆଁ ବିସ୍ତାର ନହୁଏ ସେଥିପାଇଁ ବନ କର୍ମଚାରୀମାନଙ୍କୁ ସଜାଗ ରହିବାକୁ ସରକାର କହିଛନ୍ତି। ରାତିରେ ପାଟ୍ରୋଲିଂ କରିବା ସହ ଅଗ୍ନି ସତର୍କତା ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । କ୍ଷେତ୍ର ବନକର୍ମଚାରୀ ପ୍ରାପ୍ତ ସୂଚନା ଆଧାରରେ ଫାୟାର ପଏଣ୍ଟକୁ ଯିବା ପରେ ଓଏଫ୍‌ଏମ୍‌ଏସ୍‌ରେ ଫଟୋ ସହିତ ସୂଚନା ଅପ୍‌ଲୋଡ୍‌ କରୁଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରାପ୍ତ ଏହି ସମସ୍ତ ଅଗ୍ନି ପଏଣ୍ଟଗୁଡ଼ିକରୁ ୯୫ ପ୍ରତିଶତରୁ ଅଧିକ ସ୍ଥାନର ନିରାକରଣ କରାଯାଇଛି। ପିସିସିଏଫ୍‌/ପିସିସିଏଫ (ବନ୍ୟପ୍ରାଣୀ) ଏବଂ ସମସ୍ତ ଡିଏଫ୍‌ଓଙ୍କ କାର୍ୟ୍ୟାଳୟରେ ରାତି ଦିନ ଫରେଷ୍ଟ ଫାୟାର ସେଲ୍‌ କାର୍ୟ୍ୟ କରୁଛି। ମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ସରକାର ବାତିଲ କରିଛନ୍ତି ।

ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲିଭା କାମକୁ ତ୍ୱରାନିତ କରିବା ପାଇଁ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛିା ନିଆଁ ଲିଭାର କାରଣ ଓ କିପରି ନିଆଁକୁ ଆୟତ କରିହେବ ତାର କାରଣ ଖୋଜିବାକୁ ଏହି ଟିମ୍କୁ ନିୟୋଜିତ କରାଯାଇଛି ।

Comments (0)
Add Comment