ରାଜ୍ୟରେ ଜଙ୍ଗଲ ନିଆଁ କମିନି ବଂର ବଢିଛି । ଶିମିଳିପାଳରେ ନିଆଁ ସାମାନ୍ୟ ଆୟତ୍ତ ହୋଇଥିବା ବେଳେ ଅନ୍ୟ ଜଙ୍ଗଲରେ ବଢିଛି । ଗତକାଲି ରାଜ୍ୟର ୪୯୭ ପଏଣ୍ଟରେ ନିଆଁ ଥିବାବେଳେ ଆଜି ଏହି ସଂଖ୍ୟା ୧୦୪୮କୁ ବୃଦ୍ଧି ପାଇଛି । ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତେବେ ରାଜ୍ୟରେ ଫାୟାର ପଏଣ୍ଟ ସଂଖ୍ୟା ବଢ଼ିଥିବା କଥା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି।
ଟାସ୍କଫୋର୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ଦେଇଛନ୍ତି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟାନୁସାରେ ଗତକାଲିର ୪୯୭ଟି ବନାଗ୍ନି ପଏଣ୍ଟ ସ୍ଥାନରେ ସମଗ୍ର ରାଜ୍ୟରେ ଆଜି ୧୦୪୮ସାଟେଲାଇଟ୍ ଆଧାରିତ ବନାଗ୍ନି ପଏଣ୍ଟ ଚିହ୍ନଟ କରାହୋଇଛି ଏବଂ ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଂଚଳ ମଧ୍ୟରେ ୨୬ ଓ ୨୪ ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଅଛି। ଶିମିଳିପାଳର କିଛି ଅଂଶରେ ଗତକାଲି ବର୍ଷା ଫଳରେ ଅଗ୍ନି ବିସ୍ତାରକୁ ସମ୍ଭବତଃ ରୋକିବା ସହଜ ହୋଇଛି।
ଶିମିଳିପାଳର କିଛି ଅଂଶରେ ଗତକାଲି ବର୍ଷା ହୋଇଥିବାରୁ ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଜଙ୍ଗଲ ନିଆଁ ହ୍ରାସ ପାଇବ ବୋଲି ଟାସ୍କ ଫୋର୍ସ ପକ୍ଷରୁ ସୂଚନା ମିଳିଛି । ଯଦିଓ ଅଗ୍ନିସ୍ଥିତି ନିୟନ୍ତ୍ରଣରେ ଅଛି, ତଥାପି ଜଙ୍ଗଲର ଅଗ୍ନିଋତୁ ବାକି ଥିବାରୁ ଅଗ୍ନିକାଣ୍ଡର ପୁନରାବୃତ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସତର୍କ ରହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଟାସ୍କଫୋର୍ସର ଅଧ୍ୟକ୍ଷ ଗତକାଲି ସବିଶେଷ ସମୀକ୍ଷା କରିଥିଲେ। ଟାସ୍କଫୋର୍ସ ରିପୋଟ୍ ଅନୁସାରେ ଶିମିଳିପାଳ ଅଞ୍ଚଳରେ ନିଆଁ କମିଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ ଥିବା ବେଳେ ଏବେ ୫ଟିରେ ନିଆଁ ରହିଛି।
ସେପଟେ ଶିମିଳିପାଳରେ ବନାଗ୍ନି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଘଞଉଇ ଆଇଜି ଅମିତ ମଲ୍ଲିକ, ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଶିମିଳିପାଳ ଗସ୍ତ କରିବେ। ଏଥିସହ ନିଆଁ ଲାଗିବାର କାରଣ ଓ ନିରାକରଣ ଅନୁଧ୍ୟାନ କରିବେ।