ଟାଟାକୁ ମିଳିଲା ଏୟାର ଇଣ୍ଡିଆର ମାଲିକାନା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା । ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା । ୧୮ ହଜାର କୋଟିର ବିଡ ଲଗାଇଥିଲା ଟାଟା ସନ୍ସ । ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ।
ତୁହିନକାନ୍ତ ପାଣ୍ଡେ କହିଛନ୍ତି, ଏୟାର ଇଣ୍ଡିଆ ଅଫିସ, ଜମି ସରକାରଙ୍କ ପାଖରେ ରହିବ । ଏୟାର ଇଣ୍ଡିଆର ପରିଚାଳନା ଦାୟିତ୍ୱ ଟାଟା ସମ୍ଭାଳିବ । ସେହିପରି ଟାଟା ସହ ଏହି ନିଲାମୀ ପ୍ରକ୍ରିୟାରେ ସ୍ପାଇସଜେଟ ମଧ୍ୟ ସାମିଲ ହୋଇଥିଲା । ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଧାର୍ୟ୍ୟ କରାଯାଇଛି । ତୁହିନକାନ୍ତ ପାଣ୍ଡେ କହିଛନ୍ତି, ଯେ ବିଡିଂ ପାଇଁ ଅନେକ ଥର ଆବେଦନ କରାଯାଇଥିଲା, କିନ୍ତୁ ଶେଷରେ ସେପ୍ଟେମ୍ବରରେ ଦୁଇ ଜଣ ବିଡରଙ୍କ ନାମ ଚୂଡାନ୍ତ ହୋଇଥିଲା। ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କ ଯତ୍ନ ନିଆଯିବ। ଏହା ସେମାନଙ୍କୁ ପ୍ରଭାବିତ କରିବ ନାହିଁ ।
ଟାଟା ଗ୍ରୁପ୍ର ଅଜୟ ସିଂ ଏବଂ ସ୍ପାଇସଜେଟ୍ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରିଥିଲେ। ନିକଟରେ ମିଳିଥିବା ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଚୟନ କରାଯାଇଛି । ଡିସେମ୍ବର ସୁଦ୍ଧା ଟାଟା ଏୟାର ଇଣ୍ଡିଆର ସମସ୍ତ ମାଲିକାନା ପାଇପାରିବ। ୧୯୩୨ ମସିହାରେ ଟାଟା ଏୟାରଲାଇନସ ସ୍ଥାପନ କରାଯାଇଥିଲା ୧୯୪୬ରେ ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।