ଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ..ଜିଲ୍ଲାପାଳଙ୍କୁ ଦିଆଗଲା କ୍ଷମତା

କରୋନା ସଂକ୍ରମଣ ଦେଶରେ ଓ ରାଜ୍ୟରେ ଉପରମୁହାଁ ହୋଇଥିବା ବେଳେ ରାଜ୍ୟସରକାର ଏପ୍ରିଲ ମାସ ପାଇଁ ନୂଆ ଗାଇଡଲାଇ୍ନ ଜାରି କରିଛନ୍ତି । ସତର୍କତାର ସହ ମାଇକ୍ରୋ କଂଟେନମେଂଟ ଜୋନ କରିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନ ଚାହିଁଲେ କଂଟେନମେଂଟ ଜୋନ କରିପାରିବେ ।

ରାଜ୍ୟ ସରକାର ଏପ୍ରିଲ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା କଡ଼ାକଡି କରାଯାଇଛି । ସତର୍କତାର ସହ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି । ଜିଲ୍ଲାପାଳ ଏବଂ ମ୍ୟୁନିସ୍‌ପାଲ୍‌ କମିଶନର୍‌ଙ୍କ ହାତରେ କ୍ଷମତା ରହିବ ସହିତ କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ସେମାନେ ନିଷ୍ପତ୍ତି ନେଇପାରିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ କେହି ବାହାରକୁ ଆସିପାରିବେ ନାହିଁ ବା ବାହାରକୁ ବାହିରିବା ପାଇଁ ଅନୁମତି ଆବଶ୍ୟକ ହେବ ।

ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି । ଯଥା ସମ୍ଭବ ଅଧିକ ଜଞଚଉଜ ଟେଷ୍ଟ କରିବାକୁ ମଧ୍ୟ କୁହାଯାଇଛି । ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯାଇଛି । ସେହିପରି ମନ୍ଦିର ବାବଦରେ ସ୍ଥାନୀୟ ପ୍ରଶାସନ ନେବେ ନିଷ୍ପତ୍ତି । ନିର୍ଦ୍ଦିଷ୍ଟ ଅଞ୍ଚଳର କରୋନା ସ୍ଥିତିକୁ ଆଖିଆଗରେ ରଖି ନିଷ୍ପତ୍ତି ହେବ । ମନ୍ଦିର ଭିତରକୁ କେତେ ଭକ୍ତ ଯିବେ ସେନେଇ ନିଷ୍ପତ୍ତି ନେବ ପ୍ରଶାସନ ।

Comments (0)
Add Comment