୪୧ ବର୍ଷ ପରେ ମେଡାଲ

ଅଲିମ୍ପିକରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇଛି । ଭାରତୀୟ ପୁରୁଷ ହକି ଦଳର ବିଜୟ ପରେ ସବୁ ଆଡେ ଖୁସିର ମାହୋଲ ଦେଖାଦେଇଛି । କଡା ଟକ୍କର ସତ୍ୱେ ବାଜି ମାରି ନେଇଛି ଟିମ ଇଣ୍ଡିଆ । ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଶୁଭେଚ୍ଚା ଜଣାଇଛନ୍ତି ।

ଜର୍ମାନୀ ତରଫରୁ ପ୍ରଥମ ମିନିଟରେ ଟିମୁର ଓରଜୁ ଗୋଲ୍ କରିଥିଲେ । ଫଳରେ ଦଳ ୧-୦ରେ ଭାରତ ଉପରେ ଭାରି ପଡିଥିଲା । ଏହାପରେ ଭାରତ ଭଲ କାଉଣ୍ଟର କରିଥିଲା ।ଦ୍ୱିତୀୟ କ୍ୱାର୍ଟରରୁ କମ ବ୍ୟାକ କରିଥିଲା ଭାରତ । ଭାରତ ପକ୍ଷରୁ ୨ଟି ଗୋଲ ଦେଇଥିଲେ ସିମରନଜିତ ସିଂହ । ହାର୍ଦ୍ଧିକ ସିଂ, ହରମନପ୍ରୀତ ସିଂହ, ରୁପିନ୍ଦର ଗୋଟାଏ ଲେଖାଁଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଜର୍ମାନୀ ଉପରେ ଭାରତ ଭାରି ପଡିଥିଲା । ତେବେ ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ୪-୫କୁ ଆଣିଥିଲା ।ଏହାପରେ ବି ଦଳକୁ ପେନାଲ୍ଟି ମିଳିଥିବା ବେଳେ ଫାଇଦା ଉଠାଇପାରିନଥିଲା ।

ସେହିପରି ଆସନ୍ତକାଲି ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ଟୋକିଓ ଅଲିମ୍ପିକ୍ସରୁ ଭାରତର ପଦକ ସଂଖ୍ୟା ମଧ୍ୟ ବଢିଛି ।

Comments (0)
Add Comment