ଖାଲି ଘୋଷଣା ନା କାର୍ଯ୍ୟକାରୀ ହେବ?

କରୋନା ଚେନ ବ୍ରେକ ପାଇଁ ଆସନ୍ତକାଲିଠୁ ରାଜ୍ୟରେ ଲକଡାଉନ ଲାଗୁ ହେଉଛି । ମେ ୫ରୁ ମେ ୧୯ ଯାଏ ଲକଡାଉନ ବଳବତର ରହିବ । ତେବେ ଲକଡାଉନ ସମୟରେ ଲୋକେ ଥାନାକୁ ନଆସି କିପରି ନିଜର ଅଭିଯୋଗ କରିପାରିବେ ସେ ନେଇ କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଭିଯୋଗ ଥିଲେ ଫୋନ କଲା ମାତ୍ରେ ଘରକୁ ଯାଇ ଅଭିଯୋଗପତ୍ର ପୁଲିସ ଗ୍ରହଣ କରିବ ବୋଲି କୁହାଯାଇଥିବା ବେଳେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାକୁ ନେଇ ଉଠିଛି ପ୍ରଶ୍ନ? ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପୁଲିସ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥା ପ୍ରଶଂସନୀୟ । କିନ୍ତୁ ଏହା କେବେଳ ଘୋଷଣାରେ ରହିଯିବନି ତ ?

କରୋନା ସଂକ୍ରମଣ ସମୟରେ କୌଣସି ଲୋକ ଯଦି ଅପରାଧିକ ମାମଲାରେ ଅଭିଯୋଗ କରିବାକୁ ଚାହୁଁଛନ୍ତି । ତେବେ ତାଙ୍କୁ ଆଉ ଥାନାକୁ ଯିବାକୁ ପଡିବନି । କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ । ଫୋନ୍‌ରେ ଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ। ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପୋଲିସ ପହଞ୍ଚିବ। ଘରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ପୋଲିସ ଏତଲା ଗ୍ରହଣ କରିବ।

ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା ଓଓଉଙ୍କୁ ଫୋନ୍ କରି ଜଣାଇବେ। ଏହାଦ୍ୱାରା ତଦନ୍ତରେ କିଛି ଅବହେଳା କରାଯିବନି । ଅନଲାଇନ ଜରିଆରେ ମାମଲା ରୁଜୁ କରି ଛାନଭିନ୍ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ବୋଲି ଡିସିପି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହା କେତେଦୂର କାର୍ଯ୍ୟକାରୀ ହେଉଛି ।

Comments (0)
Add Comment