ତୃତୀୟ ପର୍ଯ୍ୟାୟ: ସକାଳ ୯ଟା ସୁଦ୍ଧା ୧୫% ମତଦାନ

ଆଜି ତୃତୀୟ ପର୍ୟ୍ୟାୟ ଭୋଟିଂ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ହୋଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୭ଟାରୁ ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାଛଡା ୧୩୮୨ଟି ପଞ୍ଚାୟତ ଓ ୧୮ ହଜାର ୪୯୫ଟି ୱାର୍ଡରେ ମଧ୍ୟ ନିର୍ବାଚନ ହେବ । ଏହି ତୃତୀୟ ପର୍ୟ୍ୟାୟରେ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହ, ବିଧାୟିକା ରୀତା ସାହୁ ଓ ବିଧାୟକ ସୁର ରାଉତରାୟ ।
ପ୍ରଥମ ଦୁଇଟି ପର୍ୟ୍ୟାୟ ନିର୍ବାଚନରେ ଅଳ୍ପ କିଛି ସ୍ଥାନକୁ ଛାଡିଦେଲେ ରାଜ୍ୟର ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସରିଛି । ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Comments (0)
Add Comment