ଦ୍ୱିତୀୟଠୁ ବଡ଼ ହୋଇପାରେ ତୃତୀୟ ଲହର!

ଦ୍ୱିତୀୟଠୁ ବଡ଼ ହୋଇପାରେ ତୃତୀୟ ଲହର । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପସ୍ତୁତ କରାଇଛନ୍ତି । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ । କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡିଶାରେ ଦୈନିକ ସଂକ୍ରମଣ ୧୯ ହଜାର ୨୭୮ ଛୁଇଁପାରେ ବୋଲି କେନ୍ଦ୍ର ସତର୍କ କରାଇ ଦେଇଛି । ସେହିପରି ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ତୃତୀୟ ଲହରର ପ୍ରଭାବ ୭୫ ଦିନ ରହିପାରେ ବୋଲି ଆକଳନ କରାଯାଇଛି । ୭୫ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୭ଲକ୍ଷ ୬୬ ହଜାର ୨୭୫ କରୋନା ମାମଲା ଆସିବ ବୋଲି ଆକଳନ କରାଯାଇଛି ।୯୧ ହଜାର ୯୫୩ ଶିଶୁ ଆକ୍ରାନ୍ତ ସମ୍ଭାବନା ରହିଛି । ୪ ହଜାର ୫୯୮ ଶିଶୁ ଗୁରୁତର ହୋଇପାରନ୍ତି । ୨୨ ହଜାର ୯୮୮ ଆଇସିୟୁ ବେଡ ଆବଶ୍ୟକ ପଡିପାରେ । ଏବଂ ୩୮, ୩୧୪ ଜେନେରାଲ ବେଡ ଆବଶ୍ୟକ ପଡିପାରୋଏହି ସମୟରେ ୨୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ ।

ଡିଏମଇଟି ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ତୃତୀୟ ଲହର ନେଇ ସୂଚନା ଦେଇଛନ୍ତି । ବିଭିନ୍ନ ବିଭାଗରୁ ଭିନ୍ନ ଭିନ୍ନ ତଥ୍ୟ ଆସୁଛି । କେଉଁଠି ଅଧିକ କେଉଁଠି କମ ରହିବ ଆକଳନ କରୁଛନ୍ତି । ଶିଶୁଙ୍କ ପାଇଁ ବେଡ, ଔଷଧ ମହଜୁଦ ପ୍ରକ୍ରିୟା ଜାରି ରହିଛି

Comments (0)
Add Comment