ଏବେ ବି ମହାନଦୀରେ ୨ ନିଖୋଜ

କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି । ଗାଧୋଇବାକୁ ଯାଇ କଟକ ମହାନଦୀରେ ବୁଡ଼ିଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ଏବେ ବି ନିଖୋଜ ଅଛନ୍ତି ୨ଜଣ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ୟ୍ୟ ସ୍ଥଗିତ ରହିଥିଲା । ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ ।
ଗତକାଲି ମହାନଦୀରେ ଘଟିଥିଲା ଅଘଟଣ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି । ମିଳିଥିବା ସୂଚନା ମୁତାବକ ଯୋବ୍ରା ବ୍ୟାରେଜକୁ ଗାଧୋଇବା ପାଇଁ ଯାଇଥିଲେ ତିନି ଯୁବକ । ଏବଂ ଗୋଧୋଇବା ବେଳେ ଘଟିଥିଲା ଏହି ବଡ଼ ଅଘଟଣ । ୩ଜଣ ଯୁବକ ମହାନଦୀରେ ଭାସି ଯାଇଥିଲେ ।
ଭାସିଯାଇଥିବା ତିନି ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଖବର ପାଇ ତୁରନ୍ତି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଖୋଜା ଖୋଜି ଜାରି ରଖିଥିଲା ।

Comments (0)
Add Comment