ଶାହାଙ୍କ ଶକ୍ତି ପ୍ରଦର୍ଶନ

୨୦୨୧ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ୧୧ ଜଣ ତୃଣମୂଳ କଂଗ୍ରେସ ନେତା । ଏମାନଙ୍କ ମଧ୍ୟରେ ୫ ବିଧାୟକ, ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ମଧ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି।

ଅମିତ ଶାହାଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅନେକ ତୃଣମୂଳ କଂଗ୍ରେସ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ମେଦିନିପୁରରେ ଅନୁଷ୍ଠିତ ସଭାରେ ଟିଏମସି ସମେତ, ସିପିଆଇ ଏବଂ କଂଗ୍ରେସରୁ ଇସ୍ତଫା ଦେଇଥିବା ୧୦ ଜଣ ବିଧାୟକ, ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ତୃଣମୂଳ କଂଗ୍ରେସ ଛାଡ଼ିଥିବା ପ୍ରଭାବଶାଳୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ସାସଦ ସୁନୀଲ୍ ମଣ୍ଡଲ ମଧ୍ୟ ସାମିଲ୍ ଅଛନ୍ତି। ଏତେ ସଂଖ୍ୟକ ନେତା ଦଳ ଛାଡିବା ପରେ ଟିଏମସିରେ ଯେ ପ୍ରବଳ ବିଦ୍ରୋହ ଜାରି ରହିଛି ତାହା ସ୍ପଷ୍ଟ ଜଣାପଡୁଛି ।

ବିଧାୟକ ଦଳ ଛାଡ଼ିବା ପରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହା। ସେ କହିଛନ୍ତି, ବିଜେପି ଅନ୍ୟ ଦଳରୁ ନେତା ନେଉଥିବା କଥା ମମତା ବାନାର୍ଜୀ କହୁଥିଲେ। କିନ୍ତୁ ସେ ଭୁଲି ଯାଇଛନ୍ତି ଯେ, ସେ ନିଜେ ମଧ୍ୟ କଂଗ୍ରେସ ସହ ସେଭଳି କରିଥିଲେ। କଂଗ୍ରେସ ଛାଡ଼ି ସେ ନିଜର ସ୍ବତନ୍ତ୍ର ଦଳ ଟିଏମସି ତିଆରି କରିଥିଲେ। ଯଦି ପଶ୍ଚିମବଙ୍ଗର ଲୋକମାନେ ପରିବର୍ତ୍ତନ ପାଇଁ ବିଜେପି ସହିତ ହାତ ମିଳାଉଛନ୍ତି, ତେବେ ସେ କାହିଁକି ଚିନ୍ତିତ? ଏହା କେବଳ ଆରମ୍ଭ ବୋଲି କହିଛନ୍ତି ଶାହା ।

Comments (0)
Add Comment