ସାଂସଦ ଶାନ୍ତନୁ ସେନ୍ ସସ୍‌ପେଣ୍ଡ

ମହଙ୍ଗା ପଡିଲା ମନ୍ତ୍ରୀଙ୍କ ହାତରୁ ପେପର ଛଡାଇନେବା । ଅଶୋଭନୀୟ ତଥା ଅସାମ୍ବିଧାନିକ ଆଚରଣ ପ୍ରଦର୍ଶନ କରିବା କାରଣରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ଚଳିତ ଅଧିବେଶନ ଶେଷ ଯାଏ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷବ ହାତରୁ ପେପର ଛଡାଇନେଇଥିବା ଅଭିଯୋଗରେ ନିଆଯାଇଛି କାର୍ୟ୍ୟାନୁଷ୍ଠାନ । ତାଙ୍କର ବିଶୃଙ୍ଖଳୀୟ ଆଚରଣ ପାଇଁ ନିଲମ୍ୱିତ ହୋଇଛନ୍ତି ଶାନ୍ତନୁ ସେନ୍‌ ।

ଗତକାଲି ରାଜ୍ୟସଭାରେ ଚାଲିଥିବା ପ୍ରକ୍ରିୟା ସମୟରେ ଶାନ୍ତନୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇ ଉପରକୁ ଫିଙ୍ଗିଥିଲେ । ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଭାରତୀୟଙ୍କ ଗୁପ୍ତଚର ଖବର ଏବଂ ଏହି ପ୍ରସଙ୍ଗରେ ବିରୋଧର ଅଭିଯୋଗ ସମ୍ପର୍କରେ ବୈଷ୍ଣବ ଉପର ଗୃହରେ ଏକ ବିବୃତ୍ତି ଦେଉଥିଲେ । ଏହି ସମୟରେ ତ୍ରୁଣମୂଳ କଂଗ୍ରେସ ସଦସ୍ୟ ଶାନ୍ତନୁ ସେନ ବିବୃତ୍ତିର ନକଲକୁ କେନ୍ଦ୍ର ମନ୍ତ୍ରୀଙ୍କ ହାତରୁ ଘୋଷାଡି ନେଇ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ।

Comments (0)
Add Comment