ଦେଶରେ ଲଗାତର ଭାବେ ଦୁଇ ହଜାର ଉପରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨ ହଜାର ତଳକୁ ସଂଖ୍ୟା କମିବାର ନାଁ ନେଉନି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୯୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୨୭୯ ରହିଛି । ୨ହଜାର ୨୫୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର ୯୮ ଦଶମିକ ୭୫ ପ୍ରତିଶତ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ଦୈନିକ ପଜିଟିଭ୍ ହାର ଶୂନ ପ୍ରତିଶତ ୫୮ ପ୍ରତିଶକୁ ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୧ହଜାର ୨୦୪ ମାମଲା ସାମ୍ନାକୁ ଆସିଛି ।