ଆଜି ଭାରତ-ଆଫଗାନିସ୍ତାନ ଟକ୍କର

ଟି-୨୦ ବିଶ୍ୱକପରେ ଆଜି ଭାରତ-ଆଫଗାନିସ୍ତାନ ଟକ୍କର । କିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାସ୍ତ ହେବା ପରେ ଆଜି ଆଫଗାନିସ୍ତାନକୁ ଭେଟିବ ଦଳ ।ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ୟ୍ୟନ୍ତ ବିଜୟ ଖାତା‌ ଖୋଲି ପାରିନଥିଲା ବେଳେ ୬ ଦଳୀୟ ଗ୍ରୁପ୍‌ର ପଞ୍ଚମ ସ୍ଥାନରେ ରହିଛି। ତା ଛଡ଼ା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ଭାରତୀୟ ଖେଳାଳିମାନେ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି ।
ଅନଭିଜ୍ଞ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି । ତା’ ଛଡ଼ା ଏହି ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍-୨ରେ ସବୁଠୁ ଭଲ ରହିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଆଫ୍‌ଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି ।
ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ହେବ ଏବଂ ଓପନିଂ କିଏ କରିବ, ସେ ପ୍ରଶ୍ନ ସମର୍ଥକଙ୍କୁ ଆନ୍ଦୋଳିତ କରୁଛି। ଦୁଇଟି ବଡ଼ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ଏକ ପ୍ରକାର ମଉଳି ଯାଇଛି । ତଥାପି ଗାଣିତିକ ହିସାବ ଅନୁସାରେ ଟିମ୍ ଇଣ୍ଡିଆ ସେମିଫାଇନାଲ୍ ଖେଳିବାର ସମ୍ଭାବନା ସଂପୂର୍ଣ୍ଣ ଦୂର ହୋଇନି ।ଏଭଳି ସ୍ଥିତିରେ କେବଳ ବଡ଼ ଧରଣର ଚମତ୍କାର ହିଁ କୋହଲି ବାହିନୀକୁ ସେମିଫାଇନାଲ୍ ନେଇ ପାରିବ । କାରଣ ସେମି ଆଶା ଉଜ୍ଜୀବିତ ରଖିବାକୁ ହେଲେ ବି ଭାରତକୁ ଆଫ୍‌ଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ । ହେଲେ ଆଫଗାନିସ୍ତାନ ୨୦୧୯ ଏକଦିବସୀୟ ବିଶ୍ବକପ୍‌ରେ ଭାରତକୁ ପୂରା ପାଣି ପିଆଇ ଦେଇଥିଲା । ଅବଶ୍ୟ ଭାରତ ୨୦୧୦ ଓ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନକୁ ହରାଇଥିଲା । ଏବେ ଆଫ୍‌ଗାନିସ୍ତାନ ପାଇଁ ଭାରତକୁ ପ୍ରଥମ ଥର ହରାଇବାର ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଫ୍‌ଗାନିସ୍ତାନ ଦଳରେ ମହମ୍ମଦ ନବି ଏବଂ ରସିଦ ଖାନଙ୍କ ଭଳି ଖେଳାଳି ଅଛନ୍ତି। ଏମାନେ ନିଶ୍ଚିତ ଭାବେ ଭାରତୀୟ ଖେଳାଳିଙ୍କ ଦୋହଲି ଯାଇଥିବା ଆତ୍ମବଳରୁ ଫାଇଦା ନେବାକୁ ‌ଚେଷ୍ଟା କରିବେ ।

Comments (0)
Add Comment