ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍

ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍ । ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ ।
ଏହି ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ ତାର ସେମିଫାଇନାଲ ଖେଳିବା ଆଶା ବଢିବ । ଭାରତ ତାର ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ବିନା ରନରେ ପାଭିଲିୟନ ଫେରିଥିଲା ବେଳେ କେଏଲ ରାହୁଲ ୩ ରନ କରିଥିଲେ । ହେଲେ କୋହଲି ଓ ପନ୍ତ ଦମଦାର ପାଳି ଖେଳିଥିଲେ । ହେଲେ ପାକିସ୍ତାନ ବିପକ୍ଷରୋ ବୋଲରମାନେ ବିଫଳ ହୋଇଥିଲେ । ଗତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳ ବିଫଳ ହୋଇଥିଲା । ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୩୪ ରନ କରିଥିଲା । ଦଳର କେହି ବି ବ୍ୟାଟ୍ସମ୍ୟାନ ୩୦ ରନ ଉପରକୁ କରିପାରିନଥିଲେ ।
ରେକର୍ଡ ଦେଖିଲେ ନିଶ୍ଚିତ ଭାବେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ୨୦୦୩ ବିଶ୍ୱକପ ପରଠୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇନି । ୨୦୦୭ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପରାଜିତ ହୋଇଥିଲା । ସେହିପରି ୨୦୧୬ ଟି-୨୦ ବିଶ୍ୱକପ ମ୍ୟାଚରେ ମଧ୍ୟ ପରାଜୟ ସ୍ୱିକାର କରିଥିଲା ଭାରତ । ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ମଧ୍ୟ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ନ୍ୟୁଜିଲାଣ୍ଡ ।

Comments (0)
Add Comment