ଶ୍ରୀନଅରକୁ ‘ରାଜପ୍ରସାଦ’ ବିଜେ

ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ରାଜ ନହରକୁ ଶ୍ରୀ ଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ । ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ ।ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁସ୍ଥତାର ଖବର ଗଜପତିଙ୍କୁ ପ୍ରଦାନ କରାଯିବ ସେବାୟତ । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତିମାନେ ଶ୍ରୀଜିଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିବେ ।

ସେପଟେ ଗତକାଲି ଏକାଦଶୀରେ ଶ୍ରୀଜିଉଙ୍କ ଖଳି ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହୋଇଥିଲା ଦଶମୂଳ ମୋଦକ । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଲାଗି ପରେ ଜ୍ୱରରୁ ସୁସ୍ଥ ଅନୁଭବ କରିଛନ୍ତି ମହାପ୍ରଭୁ ।

ସେହିପରି ରଥଯାତ୍ରାକୁ ଆଉ ଦିନ କେଇଟା ବାକି ଥିବା ବେଳେ ଶେଷ ପର୍ୟ୍ୟାୟରେ ପହଞ୍ଚିଲାଣି ରଥ ନିର୍ମାଣ କାମ। ୩ରଥର ୯ଟି ଲେଖାଏ ପାର୍ଶ୍ବ ଦେବାଦେବୀ ହିସାବରେ ୨୭ଟି ଦେବାଦେବୀଙ୍କୁ ପଥ ଚାରିପାଖରେ ଥିବା ଜଳଯନ୍ତ୍ରରେ ସଂଯୋଗ କରାଯାଇଛି ।ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ଯାଇଛି । ନିର୍ମାଣ ଚାଲିଛି ବେଦୀ ଓ ସିଂହାସନ ।

Comments (0)
Add Comment