ଆଜି ନିଟ୍ ପରୀକ୍ଷା । କୋଭିଡ କଟକଣା ଭିତରେ ଏହି ପରୀକ୍ଷା ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସହରରେ ଏଥର ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ କଟକଣା ଭିତରେ ଏହି ପରୀକ୍ଷା ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସହରରେ ଏଥର ପରୀକ୍ଷା କେନ୍ଦ୍ର କରାଯାଇଛି ।
ଦେଶର ୩,୮୬୨ଟି ପରୀକ୍ଷା କେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରେ ୧୬ଟି ସହରରେ ନିଟ ପରୀକ୍ଷା ହେବ । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଳକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି । କେବଳ ଭୁବନେଶ୍ୱରରେ ୧୬ଟି କେନ୍ଦ୍ର କରାଯାଇଥିବା ବେଳେ ମୋଟ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦିନ ୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ଯାଏଁ ପରୀକ୍ଷା ଚାଲିବ । କେନ୍ଦ୍ରରେ ପ୍ରବେଶ ପାଇଁ ଦିନ ୧୧ଟାରୁ ମଧ୍ୟାହ୍ଣ ସାଢ଼େ ଗୋଟାଏ ଯାଏଁ ସମୟ ରଖାଯାଇଛି । ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଭିନ୍ନ ଭିନ୍ନ ଟାଇମ ସ୍ଲଟ ଦିଆଯାଇଛି ।