ଭାରତ ପାଇଁ ଖୁସି ଖବର ।ପାରା ଅଲିମ୍ପିକ୍ସରେ ଦେଶ ପାଇଁ ସୁନାର ପଦକ ଆଣିଛନ୍ତି ମହିଳା ସୁଟର ଅବନୀ ଲେଖରା । ୧୯ ବର୍ଷିୟା ଅବନୀ ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଏସଏଚ୍ ୧ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୨୪୯.୬ ସ୍କୋର କରି ସେ ପ୍ରଥମ ହୋଇଥିଲେ ।
ଜୟପୁରର ଅବନୀ ଲେଖାରା ଚୀନର ଝାଙ୍ଗ କୁଇପିଙ୍ଗ ଓ ୟୁକ୍ରେନର ଇରିୟାନାଙ୍କୁ ହରାଇଛନ୍ତି । ଅବନୀ ସ୍ୱର୍ଣ୍ଣ ବିଜୟିନୀ ହେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଟୋକିଓ ପାରାଲିମ୍ପିକ୍ସରେ ଯୋଗେଶ କଥୁନିଆଙ୍କୁ ମିଳିଛି ରୌପ୍ୟ ପଦକ । ପୁରୁଷ ଡିସକସ୍ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ଜିତିଛନ୍ତି । ସେ ପୁରୁଷ ଡିସ୍କସ୍ ଥ୍ରୋ ୫୬ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
ରୁଷ ବର୍ଗର ଜାଭ୍ଲିନ୍ ଫିଙ୍ଗା ପ୍ରତିଯୋଗିତାରେ ଆଜି ଭାରତ ରୌପ୍ୟ ଏବଂ କାଂସ୍ୟ ପଦକ ଲାଭ କରିଛି । ଆଜିର ଏହି ପ୍ରତିଯୋଗିତାରେ ଭାରତର ଦେବେନ୍ଦ୍ର ଝାଝଡ଼ିଆ ‘ଏଫ୍୪୬ ଚୂଡ଼ାନ୍ତ ପ୍ରତିଯୋଗିତା’ରେ ୬୪.୩୫ ମିଟର୍ ମାର୍କ ଥ୍ରୋ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ସେହି ଏକା ପ୍ରତିଯୋଗିତାରେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର୍ମାର୍କ ଥ୍ରୋ କରି କାଂସ୍ୟ ପଦକ ଲାଭ କରିଛନ୍ତି। ଦୁହିଁଙ୍କ ପଦକକୁ ମିଶାଇ ୨୦୨୦ ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତର ପଦକସଂଖ୍ୟା ୭ରେ ପହଞ୍ଚିଛି ।