ଜାଣନ୍ତୁ କାଲି କାହିଁକି ଭାରତ ବନ୍ଦ?

କେନ୍ଦ୍ର କୃଷି ଆଇନକୁ ବିରୋଧ ଜାରି ରଖିଥିବା କୃଷକଙ୍କ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି । କୃଷି ଆଇନର ପ୍ରତିବାଦରେ ପୁନର୍ବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା। ଆସନ୍ତା କାଲି ସକାଳ ୬ ରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ପାଳନ କରାଯିବ । ସେପଟେ ଏହି ବନ୍ଦକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ।

ଆସନ୍ତା କାଲି ଭାରତ ବନ୍ଦ ବେଳେ ପୁରା ଦେଶରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୂୁହାଯାଇଛି । କେବଳ ଅତ୍ୟାବଶକୀୟ ସେବା ଜାରି ରହିବ । ଅନ୍ୟପଟେ କୃଷକ ନେତା ବୁଟାସିଂ ବୂୁର୍ଜଗିଲ କହିଛନ୍ତି କି ଆନ୍ଦୋଳନକୁ ୪ ମାସ ପୁରିଲାଣି । ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକ ମାନଙ୍କୁ କହିଛନ୍ତି । ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲିକା ଦହନ ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି ।କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି କି ଏହି ବନ୍ଦ ପାଳନ ଦିନ ୧ ଟା ପର୍ୟ୍ୟନ୍ତ ପାଳନ କରାଯିବ ।

ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ । ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ ଥିବା ଦର୍ଶାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଶାରେ ପ୍ରତିଟି ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି କହିଛନ୍ତି ନିରଞ୍ଜନ । ଏଥିପାଇଁ ସମସ୍ତ ଜିଲ୍ଲା ସଭାପତି ମାନଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ନିରଞ୍ଜନ । ଏହା ଦେଶର ସମସ୍ୟା, ଚାଷୀଙ୍କର ସମସ୍ୟା । ତେଣୁ କେନ୍ଦ୍ର ଯେଉଁ ୩ କଳା କୃଷି ଆଇନ ଆଣିଛନ୍ତି ତାହା ବିରୋଧରେ ଡକାଯାଇଥିବା ଏହି ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ ।

Comments (0)
Add Comment