ରୋଚକ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଫଳାଫଳ ଆଗରୁ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ, ୱିସକିନସନରେ ପୁଣି ଭୋଟ ଗଣତି ଦାବି

ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ ରେ ପୁଣି ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି ।

ଟ୍ରମ୍ପ ଦାବି କରିଛନ୍ତି ଯେ , ସେ ଭୋଟ ଗଣତିରେ ଆଗରେ ଥିବା ବେଳେ କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ସମସ୍ତେ ଏକାଠି ହୋଇ ତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟ ଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବା ନେଇ ଗତକାଲି ଅଭିଯୋଗ ଆଣିଥିଲା । ଟ୍ରମ୍ଫ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥବାରୁ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ, ତା’ପରେ ଆସିବ ଫଳାଫଳ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ କୌଣସି ଚମତ୍କାର ହିଁ ବିଜୟୀ କରାଇପାରେ । କାରଣ ତାଙ୍କୁ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଜୋ ବାଇଡେନଙ୍କୁ ମିଳିଛି ୨୬୪ ଇଲେକ୍ଟୋରାଲ୍ ଭୋଟ୍। ଏବେ ଟ୍ରମ୍ପ ପେନସିଲଭାନିଆ, ଜର୍ଜିଆ, ନର୍ଥ କାରୋଲିନା, ଆଲାସ୍କାରେ ସେ ଜୋ ବାଇଡେନ୍ ଆଗରେ ଚାଲିଛନ୍ତି । ଏହି ୪ ରାଜ୍ୟରେ ରହିଛି ୫୪ ଇଲେକ୍ଟୋରାଲ୍ କଲେଜ୍ ଭୋଟ୍ । ଯଦି ଏହା ମିଳିଯାଏ ତେବେ ଟ୍ରମ୍ପଙ୍କୁ ୨୬୮ ଇଲେକ୍ଟୋରାଲ୍ ଭୋଟ୍ ମିଳିଯିବ । ଏପରି ସ୍ଥିତିରେ ଯଦି କୌଣସି ରାଜ୍ୟରେ ଟ୍ରମ୍ପ ପୁରା କ୍ଲିନ୍ ସୁଇପ୍ କରିପାରନ୍ତି ତେବେ ଫଳାଫଳ ତାଙ୍କ ସପକ୍ଷରେ ଆସିପାରେ ବୋଲି କୁହାଯାଉଛି ।

Comments (0)
Add Comment