ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ

ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ପରେଡ ରୋଡ ବାସଭବନରେ ଲତାଙ୍କର ଶେଷ ଦର୍ଶନ କରିପାରିବେ ତାଙ୍କର ପ୍ରଂଶସକ । ଅପରାହ୍ନ ୧୨ଟାରୁ ୩ଟା ପର୍ୟ୍ୟନ୍ତ ଶେଷଦର୍ଶନ କରିପାରିବେ ଲୋକେ । ଅପରାହ୍ନ ସାଢେ ୪ଟାରେ ହେବ ଅନ୍ତିମ ସଂସ୍କାର । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ ।
ଲତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିବା ସହ କହିଛନ୍ତି, ଏଭଳି ଶବ୍ଦ ଲେଖିବାକୁ ମୋତେ ବହୁତ କଷ୍ଟ ହେଉଛି ଯେ, ଲତା ଦିଦି ଆମକୁ ଛାଡି ଚାଲିଗଲେ । ଲତା ଦିଦିଙ୍କ ପରଲୋକରେ ଦେଶରେ ଏକ ଖାଲିପଣ ସୃଷ୍ଟି ହୋଇଛି । ଯାହାକୁ କେବେ ପୂରା କରାଯାଇପାରିବ ନାହିଁ । ଲତା ମଙ୍ଗେସକର କେତେ ବଡ କଳାକାର ଥିଲେ ତାହା ଆଗାମୀ ପିଢୀ ମନେରଖିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ନବୀନ ଟ୍ୱିଟ୍ କରି କହିଛନ୍ତି, ମେଲୋଡି କୁଇନ୍ ଅଫ୍ ଇଣ୍ଡିଆଙ୍କ ପରଲୋକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେ ଚିରକାଳ ପାଇଁ ନିଜର ଗୀତ ପାଇଁ ଆମ ମଧ୍ୟରେ ବଞ୍ଚି ରହିବେ ।
କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଆଜି ସକାଳେ ସେ ଆଖି ବୁଜିଛନ୍ତି ।

Comments (0)
Add Comment