ନବୀନଙ୍କୁ ଜାତିସଂଘର ପ୍ରଶଂସା

ବିପର୍ୟ୍ୟୟ ମୁକାବିଲାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା । ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଛି ।ବିପର୍ୟ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ପ୍ରାକ୍ ପ୍ରସ୍ତୁତି କରାଯାଏ ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବାର ଆବଶ୍ୟକତା ରହିଛି ବୋଲି ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।ବିପର୍ୟ୍ୟୟ ପରିଚାଳନାରେ ମଧ୍ୟ ଓଡିଶା ରୋଲ୍ ମଡେଲ୍ ହୋଇଛି । ବିପର୍ୟ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ବୋଲି ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।।
ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତି ଯେ, ବିପର୍ୟ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି । ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ବାତ୍ୟା ଭଳି ବିପର୍ୟ୍ୟୟକୁ ସଠିକ ଢ଼ଙ୍ଗରେ ମୁକାବିଲା କରିପାରିଛନ୍ତି ବୋଲି ସେ କହିଛନ୍ତି । ୧୯୯୯ ମହାବାତ୍ୟା ପରେ କ୍ଷମତାକୁ ଆସିଥିବା ନବୀନ ସରକାର ବିପର୍ୟ୍ୟୟ ମୁକାବିଲା ଦିଗରେ ନେଇଥିବା ପଦକ୍ଷେପ ବଡ଼ ଧରଣର କ୍ଷୟକ୍ଷତିକୁ ରୋକି ପାରିଛି । କେବଳ ସେତିକି ନୁହେଁ ୧୯୯୯ରେ ଓଡ଼ିଶାରେ ୯ ହଜାର ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ସେହି ପରିସ୍ଥିତି ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ ।

ଏହା ପୂର୍ବରୁ ୨୦୧୩ ମସିହାରେ ବାତ୍ୟା ‘ଫାଇଲିନ୍’ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାକୁ ମଧ୍ୟ ଜାତିସଂଘ ଓଡ଼ିଶାକୁ ପ୍ରଶଂସା କରିଥିଲା । ମହାବାତ୍ୟା ଭଳି ଫାଇଲିନ ମଧ୍ୟ ଭୟଙ୍କର ଥିଲା । ବାତ୍ୟା ‘ୟାସ’ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯେମିତି ରାତାରାତି ଉପକୂଳବର୍ତୀ ଅଂଚଳର ସମୂଦ୍ରକୂଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଥିଲେ । ଆଉ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ପରିସ୍ଥିତି ଉପରେ ନଜର ରଖିବାକୁ ବରିଷ୍ଠ ଆଇଏଏସ ଅଫିସର ମାନଙ୍କ ଦାୟିତ୍ୱ ଦେଇଥିଲେ ତାହା ପ୍ରଶଂସନୀୟ । ୟାସ ପାଇଁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

Comments (0)
Add Comment