ସାଉଥ୍ ଅଭିନେତା ପୁନିତ୍ ରାଜକୁମାରଙ୍କ ଦେହାନ୍ତ

ସାଉଥ୍ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ । ପୁନିତଙ୍କୁ ହୃଦଘାତ ହେବାପରେ ବେଙ୍ଗାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ୪୬ ବର୍ଷ ବୟସରେ ଏହି ଅଭିନେତା ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି ।
ଭେଙ୍କଟେଶ ଲେଖିଛନ୍ତି କି “ଏହା କହିବାକୁ ଦୁଃଖ ଲାଗୁଛି କି ଅଭିନେତା ପୁନିତ ରାଜକୁମାର ଆଉ ଦୁନିଆରେ ନାହାଁନ୍ତି, ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକମାନଙ୍କୁ ମୁଁ ସମବେଦନା ଜଣାଉଛି” ।୨୦୦୨ ରେ ସେ ଅଭିନୟ କରିଥିବା ଏକ ସିନେମାରେ ସେ ଅପ୍ପୁ ଚରିତ୍ରରେ ଅଭିନୟ କରି ବେସ୍ ପ୍ରଶଂସା ସାଉଁଟି ଥିଲେ । ତାଙ୍କ ଅଭିନୀତ ସିନେମା ମଧ୍ୟରେ ଅଭି, ବୀରା କନ୍ନଡିଗର,ଅଜୟ, ଅରାଶୁ, ରାମ, କନ୍ନଡ ସିନେମା ଜଗତରେ ବେସ୍ ସଫଳ ହୋଇଥିଲା । ସେ ୨୯ ଟି ରୁ ଅଧିକ କନ୍ନଡ ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।

Comments (0)
Add Comment