ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । ଆମେରିକାର ଚଳିତ ନିର୍ବାଚନ ଆମେରିକାର ଗଣତାନ୍ତ୍ରିକ ଇତିହାସରେ ଏକ ଅପକ୍ଷତିର କଳାଦାଗ ଲଗାଇଦେଇଛି । ଟ୍ରମ୍ପ ଶେଷ ପର୍ଯ୍ୟନ୍ତ ନିଜ ପରାଜୟକୁ ଅସ୍ୱୀକାର କରି କ୍ଷମତାକୁ ଜାବୁଡି ଧରିବାର ପ୍ରୟାସ କରଥିଲେ । ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ସ୍ୱୀକାର କରିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର ମୁଁ ଜାନୁଆରୀ ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି’ । ଏହା ପରେ ମଧ୍ୟ ସତ୍ତାକୁ ଜୋ ବାଇଡେନଙ୍କୁ ସଠିକ ଭାବେ ଆମନ୍ତ୍ରଣ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ତେବେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ପରାଜୟକୁ ସ୍ବୀକାର କରିନାହାନ୍ତି ଏବଂ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ଘୋଷଣା କରିଛନ୍ତି ।
ଜାନୁଆରୀ ୬ ତାରିଖ କ୍ୟାପିଟାଲ ବିଲ୍ଡି ୱାଶିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କ ଶହ ଶହ ସମର୍ଥକ ଆମେରିକାର ଜନମତକୁ ଅସ୍ୱୀକାର କରି କ୍ୟାପିଟାଲ ହିଲ ଆଗରେ ବ୍ୟାପକ ହଂସାକାଣ୍ଡ କରିଛନ୍ତି । ବାଇଡେନଙ୍କ ବିଜୟୀକୁ ପ୍ରତ୍ୟାଖ୍ୟାନ କରିବା ସହ ଟ୍ରମ୍ପଙ୍କୁ ପୁଣି ଥରେ ବିଜୟୀ ଘୋଷଣା କରିବା ପାଇଁ ବୁଧବାର ସନ୍ଧ୍ୟାରେ ବିଭିନ୍ନ ମାରଣାସ୍ତ୍ର ଧରି ଟ୍ରମ୍ପଙ୍କ ସମର୍ଥନମାନେ ଆମେରିକାର ସଂସଦ କ୍ୟାପିଟାଲ ବିଲ୍ଡିଂ ଭିତରକୁ ଧସେଇ ପଶିବାକ ଉଦ୍ୟମ କରିଥିଲେ । ବ୍ୟାପକ ଭଙ୍ଗାରୁଜା,ପୋଡାଜଳା କରି ଆମେରିକାର ନିର୍ବାଚନକୁ ଓଲଟାଇଦେବାକୁ ଯୋଜନା କରାଯାଇଥିଲା । ହିଂସାକାଣ୍ଡରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ଜୀବନ ଯାଇଛି । ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଓ ସୁରକ୍ଷା କର୍ମୀ ନାକେଦମ ହୋଇପଡିଥିଲେ । ୱାଶିଂଟନର ମେୟର ପୁରା ଅଂଚଳରେ କର୍ଫୁ ଜାରି କରିଛନ୍ତି । ଏଭଳି ଦଙ୍ଗା ଉସକାଇବାକୁ ପରୋକ୍ଷରେ ସମର୍ଥକଙ୍କୁ ଉସକାଇଥିଲେ ଟ୍ରମ୍ପ ।
ବିପୁଳ ଭୋଟରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମରୁ ହିଁ ନିର୍ବାଚନର ଫଳାଫଳକୁ ପ୍ରତ୍ୟାଖାନ କରି ନିଜକୁ ବିଜୟୀ ଭାବେ ଘୋଷଣା କରିଆସୁଛନ୍ତି ଟ୍ରମ୍ପ । ନିର୍ବାଚନ ପରଠୁ ଟ୍ରମ୍ପଙ୍କ ସମର୍ଥକ ମାନେ ବିଭିନ୍ନ ଜାଗାରେ ହିଂସାକାଣ୍ଡ ଘଟାଇଆସୁଛନ୍ତି । ଆଉ ବୁଧବାର ଦଙ୍ଗା ହିଁ ହେଉଛି ଟ୍ରମ୍ପଙ୍କ ନିରାଶାର ପ୍ରତିଫଳନ । ଆମେରିକା କଂଗ୍ରେସ ତରଫରୁ ଡେମୋକ୍ରେଟିକ୍ ପାର୍ଟିର ପ୍ରାଥୀ ଜୋ- ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇଛନ୍ତି । ଆମେରିକା କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଭାବେ ଘୋଷଣା କରିଛନ୍ତି । ବାଇଡେନଙ୍କ ବ୍ୟତିତ କମଲା ହେରିସ୍ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ବିଜୟୀ ଘୋଷଣା କରାଯାଇଛି ।