କପଡ଼ା ମାସ୍କ ନୁହେଁ, ଏନ୯୫ ମାସ୍କ ପିନ୍ଧିବାକୁ ପରାମର୍ଶ

ପବନରେ କରୋନା ସଂକ୍ରମଣ ବ୍ୟାପିବା ଲାନସେଟ ରିପୋର୍ଟରୁ ଜଣାପଡିବା ପରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି । ତେବେ ସଂକ୍ରମଣରୁ ବର୍ତିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି । ବିଶେଷଜ୍ଞ ଡା ଫହୀମ ୟୁନିସ୍‌ କହିଛନ୍ତି ଲୋକଙ୍କୁ ଭାଇରସରୁ ବର୍ତିବା ପାଇଁ କପଡା ମାସ୍କ ନହେଁ ଏନ୯୫ ବା କେଏନ୯୫ ମାସ୍କ ବ୍ୟବହାର କରିବା ଉଚିତ ।

ଡାକ୍ତର ଫାହିମ ୟୁନୁସ୍ ଟୁଇଟ କରି ଲେଖିଛନ୍ତି, କରୋନା ସଂକ୍ରମଣରୁ ବଂଚିବା ପାଇଁ ଆମକୁ କପଡ଼ା ମାସ୍କକୁ ଛାଡ଼ିବାକୁ ପଡ଼ିବ। ଦୁଇଟି ଏନ୯୫ କିମ୍ବା କେଏନ୍‌୯୫ ମାସ୍କ କିଣିବାକୁ ପଡ଼ିବ। ପ୍ରଥମେ ଗୋଟିଏ ମାସ୍କକୁ ବ୍ୟବହାର କରିବେ ଓ ଏହାର ପରଦିନ ଆଉ ଗୋଟିଏକୁ ବ୍ୟବହାର କରିବେ। ବ୍ୟବହାର କରିବା ପରେ ଏହାକୁ ଗୋଟିଏ ପେପର ବ୍ୟାଗରେ ରଖି ଦିଅନ୍ତୁ। ପରଦିନ ପୁଣି ଏହାକୁ ଆପଣ ବ୍ୟବହାର କରିପାରିବେ। ଏପରି ଭାବେ ଅଦଳ ବଦଳ କରି ଦୁଇଟି ମାସ୍କକୁ ଆପଣ ଏକାଧିକ ସପ୍ତାହ ବେଶ ଆରାମରେ ପିନ୍ଧିପାରିବେ ବୋଲି କହିଛନ୍ତି। ଲାନସେଣ୍ଟ ରିପୋର୍ଟରେ କରୋନା ପବନରେ ବ୍ୟାପୁଥିବା କଥା କୁହାଯାଇଥିବାରୁ ଡା ଫହୀମ ଏହା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରୋନା ଭାଇରସ ପବନରେ ବ୍ୟାପୁଛି ସତ। ହେଲେ ଏହାଦ୍ୱାରା ଯେ ପୂରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଯାଇଛି, ତାହା ଭାବିବା ଭୁଲ।

ସେହିପରି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, କରୋନା ଦ୍ୱିତୀୟ ଲହରର ଷ୍ଟ୍ରେନ୍ ଅଧିକ କ୍ଷତିକାରକ , ଏହି ଭାଇରସ ଏବେ ପବନରେ ବ୍ୟାପୁଥିବା ରିପୋର୍ଟ ବି ଆସିଛି । ତେଣୁ ଏଥିରୁ ବର୍ତିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ । ଏୟାରବର୍ଣ୍ଣ ପାଥୋଜେନରୁ ବର୍ତିବାକୁ ହେଲେ ଆମକୁ ଗୋଟିଏ ଏନ ୯୫ କିମ୍ୱା କେଏମ୍ ୯୫ ମାସ୍କ ପିନ୍ଧିବାକୁ ପଡିବ । ନଚେତ ତିନୋଟି ସ୍ତର ଥିବା ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡିବ । ଏହା ସହିତ କଟକ ଭୁବନେଶ୍ୱରରେ ସଟଡାଉନ ନକଲେ ଆଗକୁ ସ୍ଥିତି ଭୟଙ୍କର ହେବ ସେ କହିଛନ୍ତି ।

Comments (0)
Add Comment