ସଂକ୍ରମଣ ବ୍ୟାପୁଛି, କିନ୍ତୁ କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ନାହିଁ ପର୍ଯ୍ୟାପ୍ତ ପରିମାଣର ଟିକା । ଯାହା ଫଳରେ ଗୋଟେ ପରେ ଗୋଟେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଚାଲିଛି । ଦୈନିକ ୩ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଲକ୍ଷ୍ୟ ସ୍ଥଳରେ ପହଚିଂପାରୁନାହାନ୍ତି ସରକାର । କେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇଦେବାକୁ ଚିଠି ମାଧ୍ୟମରେ ଜଣାଯାଇଛି । ଟିକା ନଥିବାରୁ ଅନେକ ଲୋକ ଟିକା ପାଇବାରୁ ବଂଚିତ ହେଉଥିବା ବେଳେ ୩ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହୋଇରହିଛି ।
କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର୭୩ଟି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାଜ୍ୟରେ ଥିବା ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ରେ କେନ୍ଦ୍ରରେ ଟିକା ନଥିବାରୁ ବନ୍ଦ ରହିଛି । ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟ୍ଡାଉନ୍ ଯୋଗୁଁ ସେଠି ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି ତାହା ଦ୍ୱାରା ୨ ରୁ ୩ ଦିନ ଟିକାକରଣ ହୋଇ ପାରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।ନୂଆପଡା, ଝାରସୁଗୁଡା ଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।।
ବର୍ତ୍ତମାନ ଯେତିକି ଟିକା ରହିଛି । ତାହା ଆଗକୁ ମାତ୍ର ୨ରୁ ୩ଦିନ ଯାଇପାରିବ । ରାଜ୍ୟରେ ଏବେ ୩.୬ କୋଭିସିଲ୍ଡ ଟିକା ରହିଥିବା ବେଳେ କୋଭାକ୍ସିନ୍ ଟିକା ୨.୩ ଲକ୍ଷ ରହିଛି । ଟିକା ଅଭାବ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛି । ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖି ଟିକା ଯୋଗାଇଦେବାକୁ କହିବା ସହ ଖୋଲା ବଜାରରେ ଟିକା ଛାଡିବାକୁ କହିଛନ୍ତି ।