ଏଣିକି ପିଲାଙ୍କୁ ବି ଦିଆଯିବ କରୋନା ଟିକା । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ନେଇ ଅନୁମତି ଦେଇଛି ଡିସିଜିଆଇ । ପିଲାଙ୍କୁ କୋଭାକ୍ସିନର ୨ ଡ଼ୋଜ ଦିଆଯିବା ନେଇ ଅନୁମତି ମିଳିଛି । ଭାରତ ବାୟୋଟେକ୍ ପିଲାଙ୍କ ଉପରେ ଟ୍ରାଏଲ ଶେଷ କରିଛି । ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଫେଜ-୨ ଓ ଫେଜ-୩ ଟ୍ରାଏଲ ହୋଇଥିଲା । ଟ୍ରାଏଲ ପରେ ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଡ଼ିସିଜିଆଇ ଅନୁମତି ଦେଇଛି ।
ଖୁବଶୀଘ୍ର କରୋନାଇାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ । ତା ପରେ ହିଁ ପିଲାଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ହାଇଦ୍ରାବାଦଭିତ୍ତିକ ଭାରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ୟ୍ୟାୟ ଏବଂ ତୃତୀୟ ପର୍ୟ୍ୟାୟ ପରୀକ୍ଷା ଶେଷ କରି ଏହି ମାସ ଆରମ୍ଭରେ ଡିସିଜିଆଇକୁ ପରୀକ୍ଷାର ତଥ୍ୟ ଦେଇଥିଲା । ଏବେ ବିସ୍ତୃତ ବିଚାରବିମର୍ଶ ପରେ, କମିଟି ୧୮ବର୍ଷରୁ କମ ବୟସ୍କଙ୍କୁ ଟିକା ଦେବା ପାଇଁ କୋଭାକ୍ସିନକୁ ଅନୁମତି ଦେଇଛି । ଏହି ଟିକାର ଦୁଇଟି ଡୋଜ ୨୦ଦିନର ବ୍ୟବଧାନରେ ପିଲାଙ୍କୁ ଦିଆଯିବ ।