ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ପୁଣିଥରେ ସାରା ବିଶ୍ୱର ଚିନ୍ତା ବଢାଇଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଭୂତାଣୁର ଏହି ନୂଆ ରୂପ ଉପରେ କାମ କରିବ ତ କରୋନା ଟୀକା । ତେବେ ନୂଆ ଷ୍ଟ୍ରେନରେ ମଧ୍ୟ କୋଭିଡ ଟୀକା ଫଳପ୍ରଦ ହେବ ବୋଲି କହିଛନ୍ତି ସିଏସଆଇଆର ଡିଜି ।
ଲଣ୍ଡନ ଏବଂ ଦକ୍ଷିଣ ପୂର୍ବ ଲଣ୍ଡନରେ ଚିହ୍ନଟ ହୋଇଥିବା ଏହି ନୂଆ ଷ୍ଟ୍ରେନ କେବଳ ଲଣ୍ଡନ ନୁହେଁ ପୁରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି । ଦୀର୍ଘ ମାସ ଧରି କରୋନା ଭୂତାଣୁ ସହ ଲଢେଇ ପରେ ବାହାରିଥିବା କରୋନା ଟୀକା କରୋନାରେ ଏହି ନୂଆ ଷ୍ଟ୍ରେନ ଉପରେ ଫଳପ୍ରଦ ହେବ କି ନାହିଁ । ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହି ନୂଆ ଷ୍ଟ୍ରେନରେ ମଧ୍ୟ କରୋନା ଟୀକା କାର୍ଯ୍ୟକରିବା ବୋଲି ସୂଚନା ଦେଇଛନ୍ତି ସିଏସଆଇଆର ଡିଜି । ସେ କହିଛନ୍ତି କରୋନା ଟୀକା ନୁଆ ଷ୍ଟ୍ରେନରେ ବି କାମ ଦେବ । ଏବଂ ଏହାକୁ ନେଇ ଅଧିକ ଚିନ୍ତା କରିବା ଅନାବଶ୍ୟକ । ଭୂତାଣୁର ନୂଆ ରୂପ ଏନ ୫୦୦ ୱାନ ୱାଇ ତୁଳନାତ୍ମକ ଭାବେ ଶୀଘ୍ର ସଂକ୍ରମିତ ହୁଏ । କିନ୍ତୁ ଏହାକୁ ଅଧିକ ମାରାତ୍ମକ ବୋଲି କହପାରିବା ନାହିଁ ।
ଆଟିଂବଡି ପରି କେତେକ କ୍ଷେତ୍ରରେ ସାମାନ୍ୟ ଫରକ ଆସିପାରେ । କିନ୍ତୁକୋଭିଡ ଟୀକା ପ୍ରଭାବୀ ହେବ ନାହିଁ ବୋଲି କହିବା ଅନୁଚିତ ବୋଲି ସୂଚନା ଦେଇଛନ୍ତି ସିଏସଆଇଆର ଡିଜି । ଭୂତାଣୁର ରୂପ ପରିବର୍ତନ ହୋଇଥିଲେ ମଧ୍ୟ ଟୀକା ସମାନଭାବେ ପ୍ରଭାବୀ ରହିବ ।
କ୍ଷୀପ୍ର ବେଗରେ ସଂକ୍ରମଣ ବଢାଉଥିବା ଏହି ଭୂତାଣୁ ୭୦ ପ୍ରତିଶତ ବେଗରେ ସଂକ୍ରମିତ ହେଉଛି । କିଛି ୟୁରୋପୀୟ ଦେଶରେ ମଧ୍ୟ ଏହି ୟୁରୋପୀୟ ଭୂତାଣୁ ଦେଖିବାକୁ ମିଳିଛି । ଭୂତାଣୁର ରୂପରେଖ ନେଇ ଗବେଷଣା ଚାଲିଥିବା ବେଳେ ଅନେକ ଦେଶ ବ୍ରିଟେନକୁ ବିମାନ ଚଳାଚଳ ବାତିଲ କରିଦେଇଛନ୍ତି ।