ଦିନକୁ ଦିନ ନୂଆ ମୋଡ଼ ନେଉଛି ଓଲିଉଡ ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଓ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ମହିଳା କମିସନରେ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା କେଉଁ କାରଣ ପାଇଁ ମହିଳା କମିସନରଙ୍କ ନିକଟରେ ଫେରାଦ ହୋଇଛନ୍ତି ତାହା ଜଣାପଡିନଥିବା ବେଳେ ପାରିବାରିକ କଳହ ନେଇ ମହିଳା କମିସନରଙ୍କ ଦ୍ୱାରସ୍ଥ ହୋଇଥିବା ସନ୍ଦେହ କରାଯାଉଛି ।
ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ଭେଟି ପାରିବାରିକ ବିବାଦ ନେଇ ଅବଗତ କରିଥିବା ଜଣାପଡିଛି । ଅନୁଭବ ମହାନ୍ତି ସୋମବାର ନିଜ ଫେସବକୁ ପେଜରେ ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସେ କହିଥିଲେ, ସେ ଆଉ ଚୁପ ରହିବେନି । ବହୁତ ହୋଇଗଲା । ତାଙ୍କ ପରିବାରକୁ ବିବାଦ ଭିତରକୁ ଟାଣିଲେ ସେ ବରଦାସ୍ତ କରିବେନ ବୋଲି ଚେତାବନୀ ଦେଇଥିଲେ । ସେହିପରି ଦୁଇ ଦିନ ତଳେ ଫେସବୁକରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ଏକ ପୋଷ୍ଟ କରି ବର୍ଷାଙ୍କୁ ଟାର୍ଗେଟ କରିଥିଲେ । ସୋସିଆଲ ମିଡିଆରେ ବର୍ଷାଙ୍କ ପ୍ରଶଂସକ ମାନେ ତାଙ୍କୁ ଆପତିଜନକ ମନ୍ତବ୍ୟ ଦେଉଥିବ ସେ ଅଭିଯୋଗ କରିଥିଲେ । ଏ ନେଇ ସେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ମଧ୍ୟ କହିଥିଲେ । ବର୍ଷା ଓ ଅନୁଭବଙ୍କ ବିବାଦ ଭିତରକୁ ତାଙ୍କୁ ଅଯଥାରେ ଟଣାଯାଉଛି । ଅନୁଭବ ହେଉଛନ୍ତି ତାଙ୍କର ଜଣେ ଭଲ ବନ୍ଧୁ, ତାଙ୍କ ସହ ବୃତିଗତ ସଂପର୍କ ଥିବା କହିଥିଲେ ଜାଗ୍ରତି । ଅନୁଭବ ଓ ବର୍ଷାଙ୍କ ବିବାଦ ବିଚ୍ଚେଦ ନେଇ ମାମଲା ଏବେ କୋର୍ଟରେ ଚାଲିଛି ।