ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ସୁଦ୍ଧା ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା । କଟକ, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ରେଡ୍ କରିଥିଲା ଭିଡିଲାନ୍ସ ।ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ କରାଯାଇଛି ।
ଦୀର୍ଘ ଗୋଟିଏ ଦିନ ଧରି ଭିଜିଲାନ୍ସ ତ୍ରିନାଥଙ୍କ ଘରେ ଚଢାଉ କରିବା ପରେ ୧୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଏନେଇ ଭିଜିଲାନ୍ସ ଏସପି ପ୍ରେସମିଟରେ ସମସ୍ତ ସୂଚନା ଦେବେ । ତ୍ରିନାଥ ମିଶ୍ରଙ୍କ ରସୁଲଗଡ ମନୋରମା ଇଷ୍ଟେଟରୁ ଜବତ ହୋଇଥିବା ଟଙ୍କା, କାଗଜପତ୍ରକୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ । ତ୍ରିନାଥଙ୍କର ଭୁବନେଶ୍ୱର ରସୁଲଗଡରେ ତିନି ମହଲା ବିଶିଷ୍ଟ ଫ୍ଲାଟ, ଯାଜପୁରର ବଡଚଣାରେ ଫାର୍ମ ହାଉସ୍, ଭୁବନେଶ୍ୱର, ଯାଜପୁରରେ ୩ଟି ପ୍ଲଟ ଠାବ ହୋଇଛି । ନଗଦ ସାଢ଼େ ତିନି ଲକ୍ଷ ଟଙ୍କା ଟଙ୍କା ବି ଜବତ ହୋଇଛି ।
ତ୍ରିନାଥଙ୍କର ରହିଥିଲା ନାମୀଦାମୀ ବ୍ରାଣ୍ଡର କାର ଓ ବାଇକ୍ ଚଢ଼ିବାର ସଉକ୍ । ସେଥିରେ ରହିଛି କୋଟିଏରୁ ଅଧିକ ଟଙ୍କାର ବିଏମଡବ୍ଲୁ କାର, ହୁଣ୍ଡାଇ କାର, ମାରୁତି ବାଲେନୋ କାର, ସେଭ୍ରୋଲେ କାର । ସେହିପରି ଚଢୁଥିଲେ ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା । ଏଥିସହ ୨୦ ଲକ୍ଷ ଟଙ୍କାର ସୁପର ବାଇକ ରକେଟ୍ ୩୍, ୫ ଲକ୍ଷ ୩୦ ହଜାର ଟଙ୍କାର ୬୫୦ ହାଇସଙ୍ଗ ଜିଟି ବାଇକ୍, ରୟାଲ ଏନ୍ଫିଲ୍ଡ ବାଇକ୍ ଜବତ ହୋଇଛି । ରାଜକୀୟ ଜୀବନ ବିତାଉଥିବା ତ୍ରିନାଥଙ୍କ କୁକୁର ପାଳିବାର ସଉକ ବି ଥିଲା । ନଖରା ସ୍ଥିତ ବାସଭବନରେ ଫ୍ରେଂଚ ମ୍ୟାସଟିଫ ପ୍ରଜାତିର ଦୁଇଟି ଦାମୀ କୁକୁର ଥିବା ଦେଖିବାକୁ ମିଳିଛି । ଯାହାର ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି ।