ଯୋଗାଣ ଅଧିକାରୀଙ୍କ ଘରେ ରେଡ୍

କଟକର କୁବେର ଯୋଗାଣ ଅଧିକାରୀଙ୍କ ଘରେ ରେଡ୍ । ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଉଛି । ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା ପଲିସି ଠାବ କରାଯାଇଛି । ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା ଠାବ କରାଯାଇଛି । ମଧୁପାଟଣାରେ ନିଜ ନାଁରେ ରହିଛି ଏକ କଲ୍ୟାଣ ମଣ୍ଡପ । ଚୌଦ୍ୱାର ଓରନ୍ଦାରେ ପାଚେରୀ ନିର୍ମିତ ୩ ଏକର ଜମି ଓ ଘର ମଧ୍ୟ ରହିଛି ।
ରତ୍ନାକର ସେଠୀଙ୍କ ଘରୁ ପାଖାପାଖି ୪୯୮ ଗ୍ରାମର ସୁନାଗହଣା ଜବତ ଜବତ ହୋଇଛି । ସେହିପରି ପାଖାପାଖି ଅଢେଇ କେଜିର ରୂପା ଗହଣା ଜବତ ହୋଇଛି । କଟକ ଓ ନୂଆପଡା ସମେତ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ।

Comments (0)
Add Comment