ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଏସ୍ପି। ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିୱଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ବିଭିନ୍ନ ଜିଲ୍ଲାର ୧୧ଟି ସ୍ଥାନରେ ଏକକାଳୀନ ଭାବେ ଚଢାଉ ଚାଲିଛି । କଟକ, ଭୁବନେଶ୍ୱର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ରେଡ୍ କରାଯାଉଛି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।
ଭୁବନେଶ୍ୱର ସ୍ଥିତ ରସୁଲଗଡର ଏକ ବିଲ୍ଡିଂରେ ଚଢାଉ ଚାଲିଛି । ନବରଙ୍ଗପୁରରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଯାଜପୁର ତେଲିଘରସ୍ଥିତ ଶାନ୍ତିଲତା ଫାର୍ମ ହାଉସରେ ଚଢାଉ କରାଯାଉଛି । ଚଣ୍ଡିଖୋଲ ବଜାରର ଶାନ୍ତିଲତା କେୟାର, ନର୍ସିଂହୋମରେ ଚଢାଉ ଚାଲିଛି । ସେହିପରି ଶାନ୍ତିଲତା ଟ୍ରାନ୍ସପୋର୍ଟର ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି ।ରେଡରେ ୩ଅତିରିକ୍ତ ଏସପି, ୧୦ଡିଏସପି, ୧୩ଇନ୍ସପେକ୍ଟର ସାମିଲ ଅଛନ୍ତି ।