ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ନୟାଗଡ଼ରେ ସହକାରୀ କାର୍ୟ୍ୟନିର୍ବାହୀ ଭାବେ କାର୍ୟ୍ୟରତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି । ନୟାଗଡ଼ ସ୍ଥିତ ବାସଭବନ ସମେତ ଗୋବିନ୍ଦଙ୍କର କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଓ କ୍ୱାର୍ଟସରେ ଚଢାଉ କରିଛି ଭିଜିଲାନ୍ସ ।
ସେହିପରି ଭୁବନେଶ୍ୱର ଖଣ୍ଡଗିରିର ଗାୟତ୍ରୀବିହାର,ପଟିଆ ସ୍ଥିତ ବେସ୍ରା ଇମ୍ପ୍ରେସନ ପ୍ଲସରେ ଥିବା ଏକ ଫ୍ଲାଟରେ ଭିଜିଲାନ୍ସ ରେଡ଼ କରିଛି । କଟକର କିଶୋରନଗରରେ ଥିବା ପୈତୃକ ଘର ଓ ଲାଲବାଗ ଥାନା ଅନ୍ତର୍ଗତ ଅଲିଶା ବଜାରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ଉଠାଇନେଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ସରକାରୀ ବାସଭବନରେ ଜେରା ଚାଲିଛି ।
ଏହା ପୂର୍ବରୁ ମାଲକାନଗିରିର ଆରଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ଘରୁ ୧କୋଟି ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା । ଯାହାକି ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ।