ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ । ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଟକ ଜିଲ୍ଲା ନରସିଂହପୁରର ଥାନା ଅଧିକାରୀ । ଏକ ଅସଂରକ୍ଷିତ ଜନଜାତି ଗୋଷ୍ଠୀଙ୍କ ମାମଲାର ସମାଧାନ ପାଇଁ ଆଇଆଇସି ଅଲେଖ ଗରଡିଆ ଲାଂଚ ନେଉଥିଲେ । ଖବର ପାଇ ଭିଜିଲାନ୍ସ ବିଭାଗ ଚଢାଉ କରିଥିବାବେଳେ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଜବତ ହୋଇଛି । ଥାନା ଅଧିକାରୀ ଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ଖୋଳତାଡ଼ ଚାଲିଛି । ଜଣେ ଡ଼ି ଏସ୍ ପି , ୪ଜଣ ଇନ୍ସପେକ୍ଟରଙ୍କ ସହିତ ୮ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।

Comments (0)
Add Comment