ଭିଜିଲାନ୍ସ ଜାଲରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ଯାଗାରେ ରେଡ କରିଛି । ପ୍ରତାପଙ୍କ ସମ୍ପତ୍ତିର ତାଲିକା ଦେଇଛି ଭିଜିଲାନ୍ସ ବିଭାଗ ।
ପ୍ରତାପଙ୍କ ରହିଛି ୨୫ଟି ସ୍ଥାବର ସମ୍ପତ୍ତି । ନିଜ ନାଁରେ ଓ ସ୍ତ୍ରୀଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ରହିଛି ୨୫ଟି ପ୍ଲଟ । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ କୋଠା,ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଓ ୨ ଟି କୋଠ । ସମସ୍ତ ସ୍ଥାବର ସମ୍ପତ୍ତିର ତାଲିକା ଦେଇଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱରରେ ଆଇଆରସି ଭିଲେଜରେ ରହିଛି ୩ ମହଲା କୋଠା, ଜୟଦେବବିହାରରେ ୬ ମହଲା କୋଠା,ଗୋଠପାଟଣାରେ ଥିବା ପାଞ୍ଚ ମହଲା କୋଠା, ଖଣ୍ଡଗିରିରେ ଥିବା ଏକ ଘରେ ରେଡ୍ କରାଯାଇଛି ।
ଭିଜିଲାନ୍ସ ପ୍ରତାପଙ୍କ ଘରୁ ନଗଦ ୩୮ଲକ୍ଷ ଟଙ୍କା ଜବତ କରିଛି । ତେବେ ଭିଜିଲାନ୍ସ ରେଡ୍ କରିବା ଖବର ଶୁଣି ଭୟରେ ବାବୁ ଜଣକ ଏକ ପେଟିରେ ଟଙ୍କା ଭର୍ତ୍ତି କରି ଘରର ଛାତ ଉପରକୁ ଯାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଫୋପାଡିଦେଇଥିଲେ ।ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ବାବୁ ଜଣକ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ଏବେ ପ୍ରଶ୍ନ ଉଠୁଛି ।