ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭିତ୍ତିରେ ଡିକେଡ୍ ଆୱାର୍ଡ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଦଶନ୍ଧିରେ ଭଲ ପ୍ରଦର୍ଶନ ଭିତ୍ତିରେ ଆଇସିସି ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ଚୟନ କରିଛି । ଯେଉଁଥିରେ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଦବଦବା ଦେଖିବାକୁ ମିଳିଛି । ଆଇସିସି ଟି-୨୦ ଦଳରେ ଧୋନୀଙ୍କ ସମେତ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ଦଳରେ ସ୍ଥାନ ମିଳିଛି।
ଦଶନ୍ଧିର ବେଷ୍ଟ ୱାନ୍ ଡେ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ତିନିଗୋଟି ଟିମରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । ଏଥିସହ ଟେଷ୍ଟ ଟିମ୍ ଅଧିନାୟକତ୍ୱ ମିଳିଛି ବିରାଟଙ୍କୁ । ଏହା ବାଦ୍ ଭାରତର ପୂର୍ବ ବିଶ୍ୱ ଚାମ୍ପିଅନ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟି-ଟେଣ୍ଟି ଅଧିନାୟକ ଚୟନ କରାଯାଇଛି । ଆଇସିସି ନିଜର ଟି-୨୦ ଦଳରେ ଛଅ ହିଟର ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ସାମିଲ କରିଛି। ଏମ ଏସ ଧୋନୀଙ୍କୁ ଅଧିନାୟକ ବ୍ୟତୀତ ଓ୍ଵିକେଟ୍ କିପିଂ ଦାୟିତ୍ଵ ଦିଆଯାଇଛି। କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗା ଦଳରେ ମହତ୍ଵପୂର୍ଣ୍ଣ ଖେଳାଳି ଭାବେ ସାମିଲ । ଆଇସିସି ଦିନିକିଆ ଦଳରେ ଭାରତର ତିନି, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ୨-୨, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାନ୍ଡ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ସାମିଲ କରିଛି।
ଭାରତକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍ ଜିତାଇ ଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ଦଶନ୍ଧିର ୫୦ ଓଭର ଟିମର ଅଧିନାୟକ ନିଯୁକ୍ତ କରିଛି । ଏହି ଟିମରେ ଧୋନିଙ୍କ ସମେତ ଅନ୍ୟ ୨ ଭାରତୀୟ ରୋହିତ ଶର୍ମ ଓ ବିରାଟ କୋହଲିଙ୍କୁ ରଖିଛି ଆଇସିସି । ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ନର ଓ ମିସେଲ ଷ୍ଟାର୍କଙ୍କୁ ମଧ୍ୟ ଚୟନ କରାଯାଇଛି ।
ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଟିମ୍
ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଏମଏସ ଧୋନୀ, କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା
ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା।