ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନକୁ ଧମକ ଦେଇଛନ୍ତି । ପୁଟିନ କହିଛନ୍ତି, ୟୁକ୍ରେନ ଦେଶର ମାନ୍ୟତା ହରାଇବ । ୟୁକ୍ରେନ ଅସ୍ତିତ୍ୱ ହରାଇବ । ୟୁକ୍ରେନର ଅଧିକାରୀଙ୍କୁ ଚେତାବନୀ ଦେଇ କହିଛନ୍ତି, ବୁଝିବା ଉଚିତ୍ ଯେ, ଯଦି ସେମାନେ ଏବେ ଯାହା କରୁଛନ୍ତି ତାହା ଜାରିରଖିବେ, ତେବେ ଏହା ୟୁକ୍ରେନର ଅସ୍ତିତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରିବ । ଏବଂ ଯଦି ଏପରି କିଛି ହୁଏ ତେବେ ଏଥିପାଇଁ ସେମାନେ ଦାୟୀ ରହିବେ ।
ତେବେ ପୁଟିନଙ୍କ ଧମକ ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଜବାବ । ୟୁକ୍ରେନ ନାଁ ନଇଁବ ନାଁ ପଛକୁ ହଟିବ । ୟୁକ୍ରେନ ଶେଷ ନିଶ୍ୱାସ ପ୍ରର୍ୟ୍ୟନ୍ତ ଲଢିବ ବୋଲି ୟୁକ୍ରେନ ରାଷ୍ଟପତି ଜେଲେନସ୍କି କହିଛନ୍ତିି । ୟୁକ୍ରେନ ନାଗରିକଙ୍କ ଘରେ ଉପରେ ରୂଷିଆ ବୋମା ପକାଉଛି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତ । ରୁଷି ମିଡିଆ ଓ ରୂଷ ରାଷ୍ଟ୍ରପତି ମିଛ କହୁଥିବା ଜେଲେନସ୍କି କହିଛନ୍ତି ।
ପୁଟିନ୍ ନାଟୋ ଦେଶମାନଙ୍କୁ ମଧ୍ୟ ଧମକ ଦେଇଛନ୍ତି । ୟୁକ୍ରେନକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କଲେ ଯୁଦ୍ଧ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି । ଋଷ ୟୁକ୍ରେନ ଉପରେ ଆକ୍ରମଣଜାରି ରଖିଥିବା ବେଳେ ଋଷ ଉପରେ ଆମେରିକା ସମେତ ନାଟୋ ଦେଶ ଋଷ ସହ ଆର୍ଥିକ କାରବାର କରିବା ଉପରେ କଟକଣା ଲଗାଇଛନ୍ତି । ଯୁଦ୍ଧ ଭିତରେ ୟୁକ୍ରେନରୁ ୧୦ ଲକ୍ଷ ଲୋକ ଦେଶ ଛାଡି ପଳାଇଯାଇଛନ୍ତି ।