ଆଜି ଭଦ୍ରକରେ ୬ଟି ବୁଥରେ ସାନି ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ବାର୍ଡର ୬ଟି ବୁଥରେ ସାନି ମତଦାନ । ଅପରାହ୍ନ ୪ଟା ଯାଏ ମତଦାନ ଅନୁଷ୍ଠିତ ହେବ । ୨ ନମ୍ବର ଓ୍ବାର୍ଡର ୩ ନମ୍ବର ବୁଥ୍, ୫ ନମ୍ବର ଓ୍ବାର୍ଡର ୮ ଓ ୯ ନମ୍ବର ବୁଥ, ୯ ନମ୍ବର ଓ୍ବାର୍ଡର ୧୬ ନମ୍ବର ବୁଥ ଏବଂ ୧୦ ନମ୍ବର ଓ୍ବାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୂନଃ ନିର୍ବାଚନ ହେଉଛି ।
ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩ ଜଣ ଊଝଚଙ୍କ ସମେତ ଇନିସପେକ୍ଟର, ସବ ଇନ୍ସପେକ୍ଟର, ଇଝଓ ଓ ମହିଳା ପୋଲିସ ମୁତୟନ ହୋଇଛନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ବୁଥରେ ସି ସି ଟିଭି ଲଗାଯାଇଛି ।
ଗତ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟିଥିଲା । ବୁଥ୍ ଭିତରେ ଭଙ୍ଗାରୁଜା କରିବା ସହ ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ ।

Comments (0)
Add Comment