ନେତା ବାଛୁଛି ପିପିିଲି

ଆଜି ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ । ଦୁଇ ଥର ବାତିଲ୍ ହେବା ପରେ ଆଜି ଉପନିର୍ବାଚନ ହେବ । କୋଭିଡ୍ ଗାଇଡଲାଇନ୍ ଭିତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ଯାଏଁ ଚାଲିବ । ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥରେ ଧାଡ଼ିରେ ଛିଡ଼ା ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି ।
ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଉପନିର୍ବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନର ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛି । ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ ଟି ସମ୍ୱେଦନଶୀଳ ତାଲିକାରେ ରହିଛି ।
ନିର୍ବାଚନକୁ ଶୃଂଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍ ଟିମ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ କେନ୍ଦ୍ର ଓ ଅତି ସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରୀକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି । ଭୋଟରଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୨ ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ ୩ କମ୍ପାନି ବିଏସ୍ଏଫକୁ ଶୃଙ୍ଖଳା ରକ୍ଷା କାର୍ୟ୍ୟରେ ନିୟୋଜିତ କରାଯାଇଛି ।
ବିଜେଡିରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନିର୍ବାଚନୀ ମୈଦାନରେ ଅଛନ୍ତି । ରୁଦ୍ର, ଆଶ୍ରିତ ଓ ବିଶ୍ୱକେଶନଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ଆଜି ପିପିଲିରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ଅକ୍ଟୋବର ୩ରେ ଗଣତି ହେବ ।

Comments (0)
Add Comment