ପୌର ନିର୍ବାଚନ: ଚାଲିଛି ମତଦାନ

ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ।ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ ।ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି ।
ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥର ମ୍ୟୁନିସପାଲଟି ଓ ଏନ୍ ଏସିର ୧ ହଜାର ୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଛି । ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚି ସମସ୍ତ ପ୍ରସ୍ତୁତି କରିଛନ୍ତି ।
ସେହିପରି ମେୟର/ପୌରାଧ୍ୟକ୍ଷ ପଦବୀ ପାଇଁ ୫୬୯ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫ ହଜାର ୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍ ଏସିର ୨ହଜାର ୯୮୯ଟି ବୁଥ୍ ରେ ଏବଂ ୩ଟି ମହାନଗର ନିଗମର ୧ ହଜାର ୩୮୪ ବୁଥ୍ ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ।
ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ନଜର ରଖାଯାଇଛି ।

Comments (0)
Add Comment