ଦିଲ୍ଲୀରେ ଶନିବାର,ରବିବାର କର୍ଫ୍ୟୁ

ମହାରାଷ୍ଟ୍ର ପରେ ଦିଲ୍ଲୀରେ କରୋନା କଟକଣା କଡାକଡି କରିଛନ୍ତି ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନାକୁ ନଜରରେ ରଖି ଓ୍ୱିକେଣ୍ଡ୍ କର୍ଫ୍ୟୁ ଲାଗୁ କରାଯିବ । କାରଣ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଏବେସୁଦ୍ଧା ରେକର୍ଡ ଅଟେ ।

ମହାରାଷ୍ଟ୍ର ପରେ ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି। ଶନିବାର ଓ ରବିବାର ସବୁ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ପାଇଁ ଅନୁମତି ମିଳିବ । ମଲ୍, ହଲ୍, ଜିମ୍, ସ୍ପା, ବଜାର ଆଦି ବନ୍ଦ ରହିବ । ୩୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ । ସେହିଭଳି ସପ୍ତାହନ୍ତ କର୍ଫ୍ୟୁ ସମୟରେ ଜନସଂଖ୍ୟାକୁ ନଜରରେ ରଖି ଗୋଟିଏ ଅଞ୍ଚଳର ଗୋଟିଏ ବଜାର ଖୋଲା ରହିବ । ବିବାହ ଓ ଶୁଭକାର୍ୟ୍ୟ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି ମିଳିବ । ରେଷ୍ଟୁରାଣ୍ଟରେ ବସି ଖାଇବାକୁ ମନା କରାଯାଇଥିବା ବେଳେ କେବଳ ହୋମ୍ ଡେଲିଭରି ହୋଇପାରିବ ଖାଦ୍ୟ ।

ଅରବିନ୍ଦ କେଜରିଓ୍ୱାଲ ଆଶ୍ୱାସନା ଦେଇଛନ୍ତିଯେ, ଦିଲ୍ଲରେ ହସ୍ପିଟାଲର କୌଣସି ଅଭାବ ନାହିଁ ଏବଂ ପର୍ୟ୍ୟାପ୍ତ ଔଷଧ ଯୋଗାଇ ଦେବାପାଇଁ ଉଦ୍ୟମ କରାଯାଉଛି । ତେବେ କରୋନା ସଂକ୍ରମଣ ଚେନ୍‌ଭାଙ୍ଗିବା ଏହାର ଏକ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି ।

Comments (0)
Add Comment