ହଟିଲା ସପ୍ତାହାନ୍ତ ସଟଡାଉନ୍

ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ତିନୋଟି ଜିଲ୍ଲାରେ ଜାରି ରହିଥିବା ସପ୍ତାହାନ୍ତ ସଟଡାଉନକୁ ହଟାଇ ଦେଇଛନ୍ତି ସରକାର । ଏହି ଜିଲ୍ଲାଗୁଡିକ ହେଲା ଭୁବନେଶ୍ୱର, କଟକ ଏବଂ ପୁରୀ । ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍‌ କୋହଳ ହୋଇଥିଲେ ସୁଦ୍ଧା କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର ।
ସେପ୍ଟେମ୍ବର ଗାଇଡଲାଇନ୍‌ ଅନୁଯାୟୀ ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌କର୍ଫ୍ୟୁ ଜାରି ରହିବ । ରାଜ୍ୟରେ ଏଣିକି ସକାଳ ୫ଟାରୁ ରାତି ୧୦ଟା ଦୋକାନ ବଜାର ଖୋଲା ରହିପାରିବ । କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହି । ପୂର୍ଣ୍ଣ କ୍ଷମତାରେ ଚାଲିପାରିବ ସିନେମା ହଲ । ବିବାହ କାର୍ୟ୍ୟରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ । ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିବା ନେଇ ଗାଇଡଲାଇନ୍‌ ଜାରି କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା । ପୂର୍ବରୁ ବିବାହ ଏବଂ ଅନ୍ତେଷ୍ଟି କ୍ରିୟାରେ ଅତିବେଶିରେ ୫୦ ଜଣ ଉପସ୍ଥିତ ରହିବା ନେଇ ନିୟମ ରହିଥିଲା ।
ସେହିପରି ସେପ୍ଟେମ୍ବର ମାସରେ ପ୍ରଦର୍ଶନୀ ଏବଂ ବାଣିଜ୍ୟ ମେଳାକୁ ବାରଣ କରାଯାଇଛି । ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରି‌ବେ । ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଜାରି ରହିବ ନୂଆ ଗାଇଡଲାଇନ୍ ।

Comments (0)
Add Comment