ବିଶ୍ୱର ସବୁଠୁ ବୟସ୍କା ମହିଳା ଜାପାନର କାନେ ତାନାକାଙ୍କ ପରଲୋକ । କାନେ ତାନାକାଙ୍କ ୧୧୯ ବର୍ଷ ବୟସରେ ପରଲୋକ ହୋଇଛି । ଗତ ଏପ୍ରିଲ ୧୯ ତାରିଖରେ ଦକ୍ଷିଣ ଜାପାନର ଫୁକୁକା ସହରରେ ସେ ମୃତ୍ୟୁବରଣ କରିଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା ।
୨୦୧୯ ମାର୍ଚ୍ଚ ମାସରେ ଗିନିଜ ୱାର୍ଲ୍ଡ ରେକର୍ଡ ତାନାକାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ନାମିତ କରିଥିଲା । ୧୯୦୩ ଜାନୁଆରୀ ୨ରେ ତାନାକା ଜନ୍ମଗ୍ରହଣ କରିଥିଲେ । ମାର୍ଚ୍ଚ ୨୦୧୯ରେ ତାଙ୍କୁ ଯେତେବେଳେ ୧୧୬ ବର୍ଷ ହୋଇଥିଲା, ତାଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତିର ମାନ୍ୟତା ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୨୦୨୦ରେ ତାଙ୍କୁ ୧୧୭ ବର୍ଷ ହୋଇଥିବାବେଳେ, ତାଙ୍କୁ ଜାପାନରେ ଜନ୍ମ ହୋଇଥିବା ସବୁଠାରୁ ଅଧିକ ବୟସର ବ୍ୟକ୍ତିର ମାନ୍ୟତା ଦିଆଯାଇଥିଲା ।