THE BYAPINI

କୁନ୍ନୁର କ୍ରାସ୍: ଓଡିଆ ଯବାନ ସହିଦ

Get real time updates directly on you device, subscribe now.

ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ୟ୍ୟରତ ରାଣ ପ୍ରତାପ ଦାସ ସେହି ହେଲିକପ୍ଟରରେ ଥିବା ଜଣାପଡିଛି । ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି । ସେ ବିହାରରେ ଗୟାରେ ବିବାହ କରିଥିଲେ ।

ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ୧୩ ଜଣ ଯବାନଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ମଧ୍ୟରେ ଓଡିଆ ଯବାନ ରାଣା ପ୍ରତାପ ଦାସ ରହିଛନ୍ତି । ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.