THE BYAPINI

୨୨ ବର୍ଷ ପରେ..ଦୁଷ୍କର୍ମକାରୀକୁ ଚିହ୍ନିବେ ଅଞ୍ଜନା

Get real time updates directly on you device, subscribe now.

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍ । ଆସନ୍ତାକାଲି ବୁଧବାର ଝାରପଡ଼ା ଜେଲରେ ଟେଷ୍ଟ ଆଇଡେଣ୍ଟିଫିକେସନ୍ ପରେଡ୍ ହେବ ହେବ । ଔଗୠଉ ସୃଜାଲିନ ମହାନ୍ତି କରିବେ ଟିଆଇ ପରେଡ । ଏହି ସମୟରେ ଅଂଜନା ମିଶ୍ର ଅଭିଯୁକ୍ତକୁ ଚିହ୍ନିଟ କରିବେ ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ସ୍ୱତନ୍ତ୍ର ସିବିଆଇ ସିଜେଏମ କୋର୍ଟ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ୪ ଓ ୫ ତାରିଖ ୨ ଦିନ ପାଇଁ ବିବନକୁ ସିବିଆଇ ରିମାଣ୍ଡରେ ନେବ । ବିବନକୁ ୫ଦିନିଆ ରିମାଣ୍ଡରେ ନେବାକୁ ଉଈଓ ଆବେଦନ କରିଥିଲା ।

ଆସନ୍ତାକାଲି ଜେଲରେ ଥିବା ବିବନର ଟିଆଇ ପରେଡ ହେବ । ବିବନର ଟିଆଇ ପରେଡ ପାଇଁ ମଧ୍ୟ ଅନୁମତି ମିଳିଛି । ଏହି ସମୟରେ ପୀଡିତା ଅଞ୍ଜନା ମିଶ୍ର ମଧ୍ୟ ଉପସ୍ଥିତ ରହିବେ । ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ ହେବ । ସିବିଆଇ ଟିମ ଅଂଜନାଙ୍କୁ ଝାରପଡା ଜେଲକୁ ନେଇକି ଯିବେ । ଅଭିଯୁକ୍ତକୁ ଚିହ୍ନଟ କରିବେ ଅଂଜନା । ତେବେ ସେ କହିଛନ୍ତି, ୨୨ବର୍ଷ ପରେ ଅଭିଯୁକ୍ତକୁ ଚିହ୍ନଟ କରିବା ସମ୍ଭବପର ହେବନି । ତଥାପି ଚେଷ୍ଟା କରିବେ ବେଲି କହିଛନ୍ତି ।

୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟାଇବାକୁ ସିବିଆଇ ଟିମ୍‌ ଚେଷ୍ଟା କରିବ । କମିସନରେଟ ପୋଲିସର ସ୍ବତନ୍ତ୍ର ଟିମ୍‌ ଅପରେସନ ‘ସାଇଲେଣ୍ଟ ଭାଇପର’ ଦ୍ବାରା ପୁନେରୁ ଗିରଫ ହୋଇଥିଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ । ବର୍ତ୍ତମାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ । ବିବନକୁ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ କମିଶନରେଟ୍ ପୋଲିସ୍ ଅପରେସନ୍ ସାଇଲେଣ୍ଟ୍ ଭାଇପରରେ ବିବନକୁ ଧରିବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.